ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୁଲିସ କବଜାରେ ଡକାୟତି ଗ୍ୟାଙ୍ଗ . ନୟାଗଡ଼ ପୁରୁଣା ସହର ଏମ ଆଇ କଲୋନୀ ବସନ୍ତ ଦଳେଇ ର ପୁଅ ସନ୍ତୋଷ ଦଳେଇ ଓ ସହଦେବ ଦଳେଇ, ଇଟାମାଟି ବଡ଼ ଟାଙ୍ଗୀ ପାଟଣା ପୁର୍ଣ୍ଣଚନ୍ଦ୍ର ସାହୁ ଙ୍କ ପୁଅ ମନୋଜ କୁମାର ସାହୁ, ଓଡ଼ଗାଁ ଥାନା ବାହାଡାଝୋଲା ଅଞ୍ଚଳର ସ୍ବର୍ଗତ ବାବାଜୀ ସାହୁ ପୁଅ ସନ୍ତୋଷ କୁମାର ସାହୁ, ସିନ୍ଦୁରିଆ ଅଞ୍ଚଳ ର ଅବଦୁଲ୍ ସାହିଦ ଖାଁ ର ପୁଅ ମହମ୍ମଦ ସାହିଦ ଏବଂ ଅନ୍ୟ ଜଣେ ମିଶି ଗାଡ଼ି ରିକୋଭରି ଏଜେଣ୍ଟ କହି ଡକାୟତି କରିଥିଲେ । ପୁଲିସ ସୁଚନା ମୁତାବକ କନ୍ଧମାଳ ଜିଲ୍ଲା ନୁଆସାହି ସୁଦୁରୁକୁମ୍ପା ଅଞ୍ଚଳ ର ନିରଞ୍ଜନ ବେହେରା, ବିଷ୍ଣୁ ବେହେରା, ସରଫରାଜ ଅଲ୍ଲୀ ଖାଁ ଏକ ସ୍କୁଟିରେ କଟକ ଯାଉଥିବା ସମୟରେ ନୟାଗଡ଼ ସଦର ଥାନା ନିକଟ ନୁଆ ବସଷ୍ଟାଣ୍ଡ ଠାରେ ଗାଡି ରିକୋଭରି ଏଜେଣ୍ଟ କହି ଅଟକାଇ ଥିଲେ । ସ୍କୁଟିର ଚାବି ଏବଂ ଏଟିଏମ୍ କାର୍ଡ ଛଡ଼ାଇ ନେବା ସହ ନିକଟସ୍ଥ ପାହାଡ଼ ପାଖକୁ ନେଇ ମାଡ଼ ମାରିଥିଲେ । ଡକାୟତ ମାନେ ଏଟିଏମ୍ ରୁ ପାଞ୍ଚ ହଜାର ଟଙ୍କା ଉଠାଇବା ସହ ସ୍କୁଟି ନେଇ ପଳାଇ ଯାଇଥିଲେ । ନିରଞ୍ଜନ ଙ୍କ ଅଭିଯୋଗ କୁ ଆଧାର କରି ଏସଡିପିଓ ଶୁଭେନ୍ଦୁ ସିହ୍ନା ଙ୍କ ନିର୍ଦ୍ଦେଶ କ୍ରମେ ଟାଉନଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା ଏବଂ ଏସଆଇ ଧର୍ମେନ୍ଦ୍ର ଶିଆଳ ଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ପାଞ୍ଚ ଜଣ ଡକାୟତ ଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ଏହି ଡକାୟତି ଗ୍ୟାଙ୍ଗ ନାମରେ ର ବିଭିନ୍ନ ଥାନାରେ ଅଭିଯୋଗ ଥିବାବେଳେ ଫେରାର ହୋଇଯାଇଥିବା ଅଭିଯୁକ୍ତ କୁ ଶୀଘ୍ର ଧରାଯିବ ବୋଲି ଏସଡିପିଓ ଶୁଭେନ୍ଦୁ ସିହ୍ନା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
ନୟାଗଡ଼ ପୁଲିସ କବଜାରେ ଡକାୟତି ଗ୍ୟାଙ୍ଗ !!!

