ମା ଚର୍ଚ୍ଚିକା ମନ୍ଦିର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦୀର୍ଘ ଦିନ ପରେ ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦ ର ଦୃଷ୍ଟି ମା ଚର୍ଚ୍ଚିକା ଙ୍କ ମନ୍ଦିର ଉପରେ ପଡିଥିବା ଦେଖିବା ପାଇଁ ମିଳିଛି । ଡେରିରେ ହେଲେ ମଧ୍ୟ ଏବେ ମନ୍ଦିର ର ମୁଖ୍ୟ ରାସ୍ତା ର ପ୍ରଶସ୍ତି କରଣ ଓ ନଵୀକରଣ ନିମନ୍ତେ ଅଣ୍ଟା ଭିଡିଛନ୍ତି ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କ ସହିତ ନବ ନିର୍ବାଚିତ ପ୍ରତିନିଧି । ବହୁ ଦିନରୁ ଟେଣ୍ଡର କରାଯାଇଥିଲେ ସୁଧା ପୌର ନିର୍ବାଚନ କୁ ଦୃଷ୍ଟିରେ ରଖି ଏହା କରାଯାଉ ନଥିଲା . କେବଳ ଏହି କାର୍ଯ୍ୟ ନୂହେଁ ବରଂ ଅନେକ ବନ୍ଦ ରଖାଯାଇଛି । ଏବେ ବାହା ବାହା ନେଇ ଫଳକ ମାରି ନାଁ ନେବାକୁ ଚାଲିଛି ଉନ୍ନତିକରଣ ଓ ତତ୍ପରତା । ଯାହା ବିଳମ୍ବ ହୋଇଥିଲେ ସୁଦ୍ଧା , ମା ‘ଙ୍କ ପୀଠ ରେ ଏହି କାର୍ଯ୍ୟ କିଭଳି ଉନ୍ନତ ମାନର କରାଯିବ ସେ ଦିଗରେ କନିଷ୍ଠ ଯନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇ ତଦାରଖ କରୁଥିବା ଦେଖିବାକୁ ମିଳିଛି । ଏପରି କାମକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିବା ସହ ଆଗକୁ ଏହି ପୀଠର ସୌନ୍ଦର୍ଯ୍ୟକରଣକୁ ଆହୁରି ଅଧିକ କରାଗଲେ ଦୁର ଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତମାନେ ଆକୃଷ୍ଟ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

 

Leave a Reply

Your email address will not be published. Required fields are marked *