ଟ୍ରେଜେରି କର୍ମଚାରୀ ଙ୍କୁ ଘାରିଛି ବଡ ଅଧିକାରୀ ପଦବୀ ନିଶା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଟ୍ରେଜେରି କର୍ମଚାରୀ ଙ୍କୁ ଘାରିଛି ବଡ ଅଧିକାରୀ ପଦବୀ ନିଶା , ଏପରିକି ନାମ ଫଳକରେ ନିଜ ପଦବୀ ଠାରୁ ବଡ଼ ଅଫିସରଙ୍କର ପଦବୀ ସୂଚାଇ ବସିଛନ୍ତି । ଗତ ୩୦/୦୬/୨୦୨୨ ରେ ଟ୍ରେଜେରୀ ଅଧିକାରୀ ତ୍ରିନାଥ ପ୍ରଧାନ ଅବସର ନେବା ପରେ ସ୍ଥାୟୀ ଟ୍ରେଜେରୀ ଅଧିକାରୀ ଯୋଗଦେବା ପର୍ଯ୍ୟନ୍ତ କାର୍ଯ୍ୟ ଚଳାଇବା ପାଇଁ ଜୁମର କୁମାର ମାଝୀ ଙ୍କୁ ଦାୟିତ୍ଵ ଦିଆଯାଇଛି । ମହାଶୟ ବୋଧହୁଏ ପୁର୍ବରୁ ଜାଣି ପାରିଛନ୍ତି ତାଙ୍କର ପ୍ରମୋସନ ହୋଇ ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ପୋଷ୍ଟିଂ ହେବ। ଏଥି ପାଇଁ ଟ୍ରେଜେରୀ ଅଧିକାରୀ ଭାବେ ଅନ୍ୟ କେହି ନିଯୁକ୍ତି ହେବା ପୂର୍ବରୁ ନିଜ ସ୍ଥାନ ଅକ୍ତିଆର କରି ନେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନାମା ରେ ସ୍ଥାୟୀ ଟ୍ରେଜେରୀ ଅଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ଜୁମର କୁମାର ମାଝୀ ଟ୍ରେଜରର ଦାୟିତ୍ଵ ରେ ରହିବା ଲେଖା ଯାଇଥିଲେ ମଧ୍ୟ ନାମ ଫଳକ ମାରି ନିଜକୁ ଜିଲ୍ଲା କୋଷାଧ୍ୟକ୍ଷ ଅଧିକାରୀ ଭାବେ ଘୋଷଣା କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *