ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ କାର୍ଯ୍ୟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ କାର୍ଯ୍ୟ . ଗତକାଲି ଘଟିଥିବା ରାସ୍ତା ଦୁର୍ଘଟଣାରେ ସୁକିନ୍ଦାଗଡ ର ମା ଓ ଝିଅ ମୃତ୍ୟୁ ବରଣ କରିଥିଲେ . ଆଜି ଶେଷକୃତ୍ୟ କାର୍ଯ୍ୟ ସମ୍ପନ୍ନ ହୋଇଛି . ସୁକିନ୍ଦାଗଡ ବାସିନ୍ଦା ଶ୍ରିତିକା ଚକ୍ରବର୍ତ୍ତୀ ଓ ତାଙ୍କ ବଡ ଝିଅ ସୋନାଲି ଚକ୍ରବର୍ତ୍ତୀ ବ୍ୟକ୍ତିଗତ କାର୍ଯ୍ୟରେ ନିଜ ସମ୍ପର୍କୀୟଙ୍କ ଘର କେନ୍ଦ୍ରାପଡାକୁ ଯାଇ ବୁଧବାର ଅପରାହ୍ନ ସମୟରେ ନିଜ ସ୍କୁଟି ଯୋଗେ ସୁକିନ୍ଦାଗଡ ସ୍ଥିତ ନିଜ ବାସଭବନକୁ ଫେରୁଥିବା ସମୟରେ ବରଡ଼ା ଛକରେ ଏକ ଡ଼ମ୍ପର ତାଙ୍କୁ ଧକ୍କା ଦେଇଥିଲା . ଦୁର୍ଘଟଣାରେ ଉଭୟ ମା ଓ ଝିଅ ମୃତ୍ୟୁ ବରଣ କରିଥିଲେ . ଆଜି ବଡଚଣା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ସୁକିନ୍ଦା ଗଡରେ ଅପରାହ୍ନ ସମୟରେ ବାସ ଭବନରେ ଶବ ପହଞ୍ଚିଥିଲା . ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ, ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ , ଜିଲ୍ଲା ପରିଷଦ ପ୍ରତାପ ପଟ୍ଟନାୟକ, ଯାଜପୁର ଜିଲ୍ଲା କମ୍ୟୁନିଟ କ୍ୟାଡ଼ର ସଂଘ ଜିଲ୍ଲା ସଭାନେତ୍ରୀ ଜୟନ୍ତି ଓଝା, ସୁକିନ୍ଦା ବ୍ଲକ ଏମବିକେ ମହିଳା ନେତ୍ରୀ ରିନାବାଳା ନାଏକ, ବାସନ୍ତୀ ଓଝା , ବିଞ୍ଝାରପୁର ର ପ୍ରସୋଦା ସାହୁ, ଦାନଗଦିର ସ୍ଵର୍ଣ୍ଣଲତା ପାଇ, ଧର୍ମଶାଳା ଏମବିକେ ସ୍ନେହପ୍ରଭା ସାହୁଙ୍କ ସମେତ ସଂଘର ବହୁ ମହିଳା ଓ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *