ମରଣ ରାସ୍ତାରେ ବାଟେଇ ନେବାକୁ ଅପେକ୍ଷା କରି ରହିଛି ରାସ୍ତା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଅସୁରେଶ୍ୱର ଚଢେଇଡିଆଁ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାର ଏ ହେଉଛି ବାସ୍ତବ ରୂପ | ସତେ ଯେମିତି ମରଣ ପଥ ରେ ପାଛୋଟି ନେବାକୁ ଅପେକ୍ଷା କରି ରହିଛି ଏହି ରାସ୍ତା | ଅନେକ ଥର ମରାମତି ନାମରେ ଲକ୍ଷାଧିକ ଟଙ୍କା ସରକାରୀ ପାଣ୍ଠି ରୁ ଖର୍ଚ୍ଚ ହେଉଥିବା ବେଳେ ରାସ୍ତା ର ଅବସ୍ଥା ନକହିଲେ ଭଲ | ଲୋକଙ୍କ ଅଭିଯୋଗ ମୁତାବକ ପ୍ରତ୍ୟେକ ଥର ଏଠାରେ କାମ ନିମ୍ନମାନର ହେଉଛି | ଏଠାରେ ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଲୋକେ ହନ୍ତ ସନ୍ତ ହେଉଛନ୍ତି | ଦେଖିବାକୁ ଗଲେ ଏହା କଟିକଟା ଜୟପୁର ର ମୁଖ୍ୟ ରାସ୍ତା, ନିକଟରେ ଥିବା ସ୍କୁଲ, କଲେଜ କୁ ମଧ୍ୟ ପିଲାମାନେ ଏହିରାସ୍ତା ରେ ଯାତାୟତ କରିଥାନ୍ତି | ଯଦି ଏହି ରାସ୍ତା ର ତୁରନ୍ତ ମରାମତି କରା ନ ଯାଏ ତେବେ ଏହି ରାସ୍ତା ଆଗାମୀ ଦିନରେ ଅନେକ ଜୀବନ ନେବାର କଥା କୁ ଏଡାଇ ଦିଆଯାଇ ନପାରେ |

Leave a Reply

Your email address will not be published. Required fields are marked *