ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ପରିଷଦ ଗଜପତି , ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସମ୍ବଳ କେନ୍ଦ୍ର ଗଜପତି ଠାରେ ତିନି ଦିବସୀୟ ତାଲିମ ଶିବିର ନଵ ନିର୍ବାଚିତ ସମିତି ସଭ୍ୟ ସଭ୍ୟା ରାୟଗଡ ଓ ଗୁମ୍ମା ବ୍ଳକ କୁ ନେଇ ଆରମ୍ଭ ହୋଇଛି । ଉକ୍ତ ଉଦଘାଟନ ଉତ୍ସବରେ କାର୍ଯ୍ୟକ୍ରମ ପରିଚାଳକ ଦକ୍ଷତା ଓ ବିକାଶ ଦେବେନ୍ଦ୍ର କୁମାର କର ଏହି ତାଲିମ ର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ଦୁଇ ଜଣ ତାଲିମଦାତା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଭୁବନେଶ୍ୱରର ନରେଶ ନାଥ ମହାପାତ୍ର, ମଳୟ ମାଧୁରୀ ତ୍ରିପାଠୀ ଯୋଗଦେଇ ତିନି ଦିନ ଧରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିବେ । ଏହି ତାଲିମ କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟାନ୍ୟ ବିଭାଗ ର କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିବେ ।