ମାମୁଁ କୁ ଭଣଜା ର ମରଣାନ୍ତକ ଆକ୍ରମଣ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମାଇଁ ଓ ଭଣଜା ମିଶି ହାଣିଦେଲେ ମାମୁଁ କୁ । ଘରୋଇ କଳି ର କରୁଣ ପରିଣତି । ହଣା ଖାଇଲେ ମାମୁଁ , ଫେରାର ହେଇଗଲା ଭଣଜା l ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ପଞ୍ଚୁପାଣ୍ଡଵ ଡେରାଡିହ ଗାଁ ରେ l ସୂଚନା ମୁତାବକ ବାବାଜୀ ବେହେରା ପ୍ରତ୍ୟେକ ଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ମାନସୀ ଙ୍କୁ ନିର୍ଯାତନା ଦିଅନ୍ତି ଏବଂ ଘରୁ ଟଙ୍କା ନେଇ ନିଶା ଖାଆନ୍ତି l ପରିବାର ପକ୍ଷରୁ ଏହାକୁ ବିରୋଧ କରି ଆସୁଛନ୍ତି ସମସ୍ତ ସଦସ୍ୟ l ଏବଂ ଆଜି ନିଶା ଖାଇଥିବା ଅବସ୍ଥାରେ ଘରକୁ ଫେରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ . ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲା ଭଣଜା କିଶୋର , ଏହାର ପ୍ରତିବାଦ କରିବା ସହ ମାମୁଁ ଙ୍କୁ ପଚାରିବାରୁ ମାମୁଁ ଉକ୍ଷିପ୍ତ ହୋଇ ଭଣଜା କୁ କଟୁରୀ ରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା l ଏହାପରେ ସେଇ କଟୁରୀ ମାମୁଁ ହାତରୁ ଛଡାଇ ଭଣଜା ମାମୁଁଙ୍କୁ ହାଣିଥିବା କହିଛନ୍ତି ମାନସୀ ବେହେରା l ଅନ୍ୟ ପକ୍ଷରେ ଗ୍ରାମବାସୀ ମାନେ କହିଛନ୍ତି ଯେ ମାଇଁ ମାନସୀ ଙ୍କ ସହ ଭଣଜା କିଶୋରଙ୍କର ଅନୈତିକ ସମ୍ପର୍କ ଥିଲା , ଯାହାକୁ ବିରୋଧ କରି ଆସୁଥିଲା ବାବାଜୀ । ଯାହାକୁ ନେଇ ଘଟିଛି ଏଭଳି ଘଟଣା l ତେବେ ବାବାଜୀଙ୍କୁ ଗ୍ରାମବାସୀ ଙ୍କ ଦ୍ୱାରା 108 ଯୋଗେ ଗରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି l ଖବର ପାଇ ଘଟଣା ସ୍ଥଳରେ ଡେରାବିଶ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *