୧୨୪ ତମ ସପ୍ତାହରେ ବାବଲପୁର ରୁ ବାହାନଗା : କରୋନା ସଚେତନତା ଓ ରିଲିଫ ବଣ୍ଟନ ସଂଯୋଗର ସେତୁ ଚିନ୍ମୟ ଫାଉଣ୍ଡେସନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ କରୋନାର କରାଳ ଗ୍ରାସରେ ତ୍ରାହି ତ୍ରାହି ଡାକୁଥିଲା, ସେତେବେଳେ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ସାଜି ନିରବଚ୍ଛିନ୍ନ ପ୍ରକ୍ରିୟାରେ ମହାମାରୀ କରୋନା ସହ ଲଢ଼ିବା ଆରମ୍ଭ କରିଥିଲେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର କର୍ମକର୍ତ୍ତା । ଏହା ଆଜି ୧୨୪ ତମ ସପ୍ତାହରେରେ ପହଁଚିଛି । ମହାମାରୀର ତାଡନାରେ ଜୀବନ ଜୀବିକା ହରାଇଥିବା ଲୋକମାନଙ୍କ ମୁହଁରେ ହସ ଫୁଟାଇବା, ଅସଚେତନ ବ୍ୟକ୍ତିଙ୍କୁ ସଚେତନ କରିବା, ଭୋକିଲାର ପେଟକୁ ଦାନା, ଦେହକୁ କନା, ବେସାହାରା ମଣିଷକୁ ଆଶ୍ୱାସନା ଯୋଗାଇ ଦେବା ଲକ୍ଷରେ ଦିନସଂଖ୍ୟା ୮୬୨ ରୁ ୮୬୮ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ଯାଜପୁର ଜିଲ୍ଲାର ବାବଲପୁରରୁ ଆରମ୍ଭ କରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ ଓ ବାଲେଶ୍ବର ଜିଲ୍ଲାର ବାହାନଗା ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ, ବସ୍ତି, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ସମେତ ରାସ୍ତା କଡରେ ଜୀବନ କାଟୁଥିବା ବ୍ୟକ୍ତି ଓ ପରିବାରଙ୍କ ନିମନ୍ତେ ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର, ଗ୍ରସରୀ ସାମଗ୍ରୀ ସମେତ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ, ଡେଟଲ, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ତତ୍ୱାବଧାନରେ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ରାକେଶ କୁମାର ଜେନାଙ୍କ ସମେତ ଅନୁଷ୍ଠାନର ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *