ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ଠାରେ ମାସିକ ସମ୍ବାଦପତ୍ର ସତ୍ୟର ସନ୍ଧାନ ଓ ଟାଇମ୍ ନିୟୁଜ ଇଣ୍ଡିଆ ର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ସମ୍ବାଦପତ୍ର ର ପ୍ରତିନିଧି ଯଶୋବନ୍ତ ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦପତ୍ର ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସମ୍ମାନୀତ ଅତିଥି ଭାବ ଟାଇମ ନିୟୁଜ ଇଣ୍ଡିଆ ସମ୍ପାଦକ ମିର୍ଜା ରିଜୁୟାନ ବେଗ , ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସଭାପତି ଅନଓ୍ବର ଅଲ୍ଲୀ, ମହିପୁର ସରପଞ୍ଚ ତ୍ରିନାଥ ବେହେରା, କୋପରେଟିଭ ବ୍ୟାଙ୍କ ମ୍ୟାନେଜର ସରୋଜ ସାହାଣୀ, ସାମ୍ବାଦିକ ପ୍ରଦିପ୍ତ କୁମାର ସାହୁ, ଜୟନ୍ତ ମିଶ୍ର, ବିଶ୍ବଭୂଷଣ ମହାପାତ୍ର, ସମାଜସେବୀ ଦାମୋଦର ସାହୁ, ନାରଦ ରୋଲ୍ କରି ଲୋକମାନଙ୍କର ପ୍ରିୟ ହୋଇ ପାରିଥିବା ନାଟ୍ୟ ଅଭିନେତା ପପୁନୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଡିଜିଟାଲ ମିଡିଆ ସଙ୍ଘ ସମ୍ପାଦକ କିଶୋର ମହାପାତ୍ର ଏହି ଉଦଘାଟନୀ କାର୍ଯ୍ୟରେ ଯୋଗ ଦେଇ ସତ୍ୟର ସନ୍ଧାନ ଜିଲ୍ଲା ପ୍ରତିନିଧି ଙ୍କୁ ସ୍ଵାଗତ କରିବା ସହ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
ମାସିକ ସମ୍ବାଦପତ୍ର ସତ୍ୟର ସନ୍ଧାନ ଓ ଟାଇମ୍ ନିୟୁଜ ଇଣ୍ଡିଆ ର କାର୍ଯ୍ୟାଳୟ ଉଦଘାଟନ !!!

