ଭକ୍ତି ନୈବେଦ୍ୟ ଅର୍ପଣ କଲେ କୁନି କାଉଡ଼ିଆ ତେଜସ୍ଵୀ ରାଉତରାୟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ କନ୍ଦରପୁର ଅଞ୍ଚଳରେ ଶ୍ରାବଣ ମାସର ଶେଷ ସୋମବାରରେ ଶୈବପୀଠ ମାନଙ୍କରେ ଜଳାଭିଷେକ ପାଇଁ ବୋଲବମ ଭକ୍ତଙ୍କ ଭିଡ ଜମିଥିଲା । ପରମହଂସ ପଞ୍ଚାୟତର ହଂସନାଥ ମନ୍ଦିର, ଆୟତପୁର ପଞ୍ଚାୟତର ନାଗେଶ୍ଵର ନାଥ ମନ୍ଦିର, କନ୍ଦରପୁର ପଞ୍ଚାୟତର ବାବା ସିଦ୍ଧେଶ୍ୱର ମନ୍ଦିର ସହିତ ଅନେକ ଶିବ ମନ୍ଦିରରେ ଭକ୍ତ ମାନେ ଦୂରଦୂରାନ୍ତରୁ ଜଳ ଆଣି ଜଳାଭିଷେକ କରିଛନ୍ତି । ତୁହାକୁ ତୁହା ବର୍ଷା ହେଉଥିବାରୁ ଦୂରରୁ ଆସିଥିବା କାଉଡ଼ିଆ ମାନଙ୍କ ପାଇଁ ରାସ୍ତାରେ ଚାଲିବା ସହଜ ହେଉଥିଲା ବୋଲି ଭକ୍ତମାନେ କହିଥିଲେ । ଶେଷ ସୋମବାର ହେତୁ ବହୁ ସଂଖ୍ୟାରେ ବୋଲବମ ଭକ୍ତଙ୍କ ମଧ୍ୟରେ ଅନେକ ମହିଳାଙ୍କ ସହିତ କୁନି କୁନି ପିଲାମାନେ ଯଥା ତେଜସ୍ଵୀ ରାଉତରାୟ , ଅଭିଷେକ ରାଉତରାୟ, ଅଭିନାଶ ରାଉତରାୟ , ପ୍ରିୟାଂଶୁ ରାଉତରାୟ , ଅନିଲ ରାଉତରାୟ, ସ୍ଵୟଂଶୁ ରାଉତରାୟ ଆଦି କାନ୍ଧରେ ବାହୁଙ୍ଗି ଧରି ଚାଲିଥିବା ଦେଖିବାକୁ ମିଳିଥିଲା । ଯାହାକି ଶିଶୁ ସୃଜନ ଆଉ ମନସ୍ତତ୍ଵର ଭକ୍ତି ଭାବନାକୁ ଦ୍ୱିଗୁଣିତ କରିଥିଲା । କନ୍ଦରପୁର ବଜାରରେ କାଳନ୍ଦୀ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ସମିତି ସଭ୍ୟ ସାରଦା ପ୍ରସାଦ ସ୍ୱାଇଁ ପ୍ରମୁଖ କାଉଡ଼ିଆ ମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିବା ବେଳେ, ଆୟତପୁର ଠାରେ ସରପଞ୍ଚ ରାକେଶ କୁମାର ବେହେରା ଓ ପରମହଂସ ଠାରେ ସରପଞ୍ଚ ଅଶୋକ ପାତ୍ର ପ୍ରମୁଖ କାଉଡ଼ିଆ ମାନଙ୍କ ପାଇଁ ସୁବ୍ୟବସ୍ଥା କରିଥିଲେ। ପ୍ରତ୍ୟେକ ମନ୍ଦିରରେ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *