ପାର୍ବଣ ଋତୁ ଆଗମନରେ ଚଳ ଚଞ୍ଚଳ ମୂର୍ତ୍ତି କାରିଗର !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମହାମାରୀ କରୋନା ହେତୁ ଦୀର୍ଘ ଦୁଇ ବର୍ଷ ହେବ ହାତ ବାନ୍ଧି ବସିଥିଲେ ମୂର୍ତ୍ତି କାରିଗର । ମହାମାରୀ କରୋନା ହଟିବା ଯୋଗୁଁ ଚଳିତ ବର୍ଷ ସରକାର ଲଗାଇଥିବା କଟକଣା ମଧ୍ୟ ଉଠିଯାଇଛି । ସେଥିପାଇଁ ଆଗାମୀ ପାର୍ବଣ ଋତୁ ଆଗମନ ରେ ମୂର୍ତ୍ତି ଗଢିବା ରେ ଚଳଚଞ୍ଚଳ ହୋଇ ପଡିଛନ୍ତି ମୂର୍ତ୍ତି କାରିଗର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ଗ୍ରାମର ମୂର୍ତ୍ତି କାରିଗର କୈଳାସ ଚନ୍ଦ୍ର ସାହୁ ଓ ଶରତ କୁମାର ପାତ୍ର , ଦୁହେଁ ଅଞ୍ଚଳ ର ଦୁଇ ପ୍ରତିଷ୍ଠିତ ମୂର୍ତ୍ତି କାରିଗର । କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା ହାତ ବାନ୍ଧି ବସିଥିଲେ । ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟସାଧ୍ୟ ହୋଇ ପଡ଼ିଥିଲା । ଚଳିତବର୍ଷ ପାର୍ବଣ ଋତୁ ପାଇଁ କଟକଣା ଉଠି ଯାଇଥିବାରୁ ଦୁଇ ମୂର୍ତ୍ତି କାରିଗର ପୁଣି ମୃଣ୍ମୟ ମୂର୍ତ୍ତି ଗଢିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ପାର୍ବଣ ର ଆରମ୍ଭ ରେ ପ୍ରଥମେ ଏବେ ସୁନ୍ଦର ସୁନ୍ଦର ଭାଲୁକୁଣୀ ଗଢା ରେ ମଗ୍ନ ଅଛନ୍ତି ମୂର୍ତ୍ତି କାରିଗର । ପ୍ରତିଷ୍ଠିତ ମୂର୍ତ୍ତି କାରିଗର ହୋଇଥିବାରୁ ମୂର୍ତ୍ତି କରିବା ପାଇଁ କଟକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲା ମାନଙ୍କରୁ ପାର୍ବଣ ଋତୁ ରେ ଗଣେଶ, ବିଶ୍ଵକର୍ମା, ଦୁର୍ଗା, କାଳୀ, ଲକ୍ଷ୍ମୀ, କାର୍ତ୍ତିକେଶ୍ଵର ମୂର୍ତ୍ତି ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆମନ୍ତ୍ରଣ ଆସିଥାଏ ବୋଲି କହିଛନ୍ତି ମୂର୍ତ୍ତି କାରିଗର କୈଳାସ ଚନ୍ଦ୍ର ସାହୁ । ତାଙ୍କ ମୂର୍ତ୍ତି ର ବଜାରରେ ଚାହିଦା ଥିବାରୁ ମୂର୍ତ୍ତି କିଣିବା ପାଇଁ ଏବେ ଠାରୁ ଲାଗିଲାଣି ଭିଡ଼ । ଏହି ମୂର୍ତ୍ତି ମାନ ଗଢି ପରିବାର ପ୍ରତିପୋଷଣ କରିଥାନ୍ତି ମୂର୍ତ୍ତି କାରିଗର ଦୁହେଁ ।

Leave a Reply

Your email address will not be published. Required fields are marked *