ରଣପୁର ଶିକ୍ଷା ବ୍ଲକରେ ଅନଲାଇନ ଫଣ୍ଡସ ମ୍ୟାନେଜମେଣ୍ଟ ଓ ଏଫ.ଏଲ.ଏନ. ଟ୍ରେନିଂ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକରେ ଅନଲାଇନ ଫଣ୍ଡସ ମ୍ୟାନେଜମେଣ୍ଟ ଓ ଏଫ.ଏଲ.ଏନ. ଟ୍ରେନିଂ କାର୍ଯ୍ୟକ୍ରମ ସମାପ୍ତ ହୋଇଛି | ଏହି ଟ୍ରେନିଂ କାର୍ଯ୍ୟକ୍ରମ ଦୀର୍ଘ ୭ ଦିନ ଧରି ଚାଲୁ ରହିଥିଲା | ବ୍ଲକ ଶିକ୍ଷା ଅଧୁକାରିଣୀ ବନଲତା ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ବ୍ଲକ ଶିକ୍ଷା ଅଧିକାରିଣୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅନଲାଇନ ଫଣ୍ଡସ ମ୍ୟାନେଜମେଣ୍ଟ (PFMS), ସ୍କୁଲ ରେକର୍ଡ଼, ହର ଘର ତ୍ରିରଙ୍ଗା ଓ ଏଫ.ଏଲ.ଏନ. ଉପରେ ଟ୍ରେନିଂ ପ୍ରଦାନ କରିଥିଲେ | ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ବି.ସି. ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଟ୍ରେନିଂ ସମ୍ବନ୍ଧିତ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆକାଉଣ୍ଟାଣ୍ଟ ବିରେନ ଜେନା, କୃଷ୍ଣଚନ୍ଦ୍ର ରାଉତରାୟ , ଶିକ୍ଷକ ଶକ୍ତି ପ୍ରସାଦ ଆଚାର୍ଯ୍ୟ, କୈଳାଶ ଚନ୍ଦ୍ର ମାଝୀ, ସୁଶୀଲ କୁମାର ରଣା, ରସାନନ୍ଦ ବେହୁରା, ଜ୍ୟୋତି ରଞ୍ଜନ କର, ରାମଚନ୍ଦ୍ର ବେହେରା, ପବିତ୍ର ମୋହନ ସାମନ୍ତରାୟ, ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଟ୍ରେନିଂ କାର୍ଯ୍ୟରେ ସହଯୋଗ କରିଥିଲେ | ଏଥିରେ ରଣପୁର ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଛି | ସରକାରଙ୍କ ନିୟମ ଅନୁଯାୟୀ ବର୍ତ୍ତମାନ ଠାରୁ ସମସ୍ତ ପ୍ରକାର ଅର୍ଥ ଖର୍ଚ୍ଚ PFMS ମାଧ୍ୟମରେ କିପରି କରାଯିବ ତାହା ସମ୍ପର୍କରେ ଟ୍ରେନିଂ ପ୍ରଦାନ କରାଯାଇଛି |

Leave a Reply

Your email address will not be published. Required fields are marked *