ଆକାଂକ୍ଷା ମହିଳା ସଂଗଠନ ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ନିକେତନ ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ୩୫ ଜଣରୁ ଉର୍ଦ୍ଧ୍ଵ ଅନ୍ତେବାସୀ ଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା । ଏହି ଅବସରରେ ବିଭିନ୍ନ ଗୀତ ଓ ନାଚର ଆୟୋଜନ ମଧ୍ୟ କରାଯାଇଥିଲା । ଭାରତ ସ୍ଵାଧୀନ ହେବାର ଅର୍ଥାତ ଅମୃତ ମହୋତ୍ସବ ପାଳନ ସକାଶେ ଶିଶୁ ମାନଙ୍କୁ ନେଇ ଦେଶାତ୍ମବୋଧକ ଗୀତ ଓ ନାଚର ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ପ୍ରତିଯୋଗୀତା ରେ ବିଜେତା ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଓ ରାଖି ପିନ୍ଧାଇବା ପରେ ଶିଶୁ ମାନଙ୍କ ହାତରେ ରକ୍ଷା ବନ୍ଧନ କରାଯାଇ ମିଠା ଖୁଆଇ ସେମାନଙ୍କୁ ଉତ୍ସାହିତ କରିଥିଲେ ଅନୁଷ୍ଠାନର ସଦସ୍ୟ । ଏହି କାର୍ଯ୍ୟକ୍ରମ କୁ ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତି ସ୍ଵର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ନିକେତନ ର କର୍ମକର୍ତ୍ତା ନରସିଂହ ଦେଓ, ସୁନନ୍ତ ନାୟକ, ଗଣେଶ ଓ ଅନ୍ୟାନ୍ୟ ଅନ୍ତେବାସୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *