ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଆଜାଦି କୀ ଅମୃତ ମହୋତ୍ସବ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବାଧୀନତା ର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କୀ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ମା ଦକ୍ଷିଣ କାଳୀଙ୍କ ନିକଟରେ ୭୫ ଜଣ ବିଦ୍ୟାର୍ଥୀ ୭୫ ଟି ଦୀପ ପ୍ରଜ୍ବଳନ କରିବା ସହ ୭୫ ଜଣ ଛାତ୍ରଛାତ୍ରୀ ୭୫ ଜଣ ମହାପୁରୁଷ ଏବଂ ଦେଶର ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ ଙ୍କ ବେଶରେ ସଜ୍ଜିତ ହୋଇ ବାଦ୍ୟ ବଜାଇ ମା ଦକ୍ଷିଣ କାଳୀ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ତତ୍ବାବଧାନରେ ଆୟୋଜିତ ଏହି ଅମୃତ ମହୋତ୍ସବରେ ବିଦ୍ୟାଳୟର ସମସ୍ତ ଗୁରୁମା , ଗୁରୁଜୀ ଏବଂ ପରିଚାଳନା କମିଟି ର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *