ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ଜାତୀୟ ପତାକା ବିତରଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱାଧୀନତା ର ୭୫ ବର୍ଷ ପୂର୍ଣ୍ଣ ତଥା ଆଜଦି କି ଅମୃତ ମହୋତ୍ସବ ଅବସରରେ ସରକାରଙ୍କ ଦ୍ଵାରା ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଗଜପତି ଜିଲ୍ଲାରେ ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ କରାଯାଇ ଥିବା ଜାତୀୟ ପତାକା ପ୍ରସ୍ତୁତି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ମିଶନ ଶକ୍ତି ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ।ମାନଙ୍କ ଦ୍ବାରା 50 ହଜାର ଜାତୀୟ ପତାକା ପ୍ରସ୍ତୁତି କରାଯାଇଛି । ଯାହା କି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ବ୍ଳକ ଉନ୍ନୟନ ଅଧିକାରୀ ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ପାରଳାଖେମୁଣ୍ଡି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ, କାଶୀ ନଗରଙ୍କୁ ବଣ୍ଟନ କରାଯାଇଛି । ଗୋଶାଣି 5000, ନୂଆଗଡ଼ 5000, ଆର ଉଦୟଗିରି 5000, ମୋହନା 10000, ଗୁମ୍ମା 5000, ରାୟଗଡ 5000, କାଶୀନଗର ବ୍ଳକ 5000, କାଶୀନଗର ଏନଏସି 3000 , ପାରଳାଖେମୁଣ୍ଡି ପୌର ପରିଷଦ 7000 ପତାକା ପ୍ରଦାନ କରାଯାଇଛି . ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲ୍ଲାର ପ୍ରତ୍ୟେକ ଙ୍କ ଘରେ ଜାତୀୟ ପତାକା କିପରି ଉଡାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବା କୁ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ଆହ୍ୱାନ ଦେଇଥିଲେ । ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆସନ୍ତା ସ୍ୱାଧୀନତା ଦିବସ ରେ ଉଦଘାଟିତ ହୋଇ ସାରା ରାଜ୍ୟରେ ଭ୍ରମଣ କରିବାକୁ ଥିବା ରଥ କୁ କିପରି ଜିଲ୍ଲା ବ୍ୟାପି ସ୍ୱାଗତ କରାଯିବ ଏବଂ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଙ୍କ ଅବଦାନ ସ୍ୱାଧୀନତା ପାଇଁ କିପରି ଥିଲା , ତାହାକୁ କିପରି ବର୍ତ୍ତମାନର ଜନ ସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜାତୀୟ ପତାକା ପ୍ରସ୍ତୁତ କରି ଥିବା ରାୟଗଡ ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ । ସେମାନଙ୍କୁ ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ରଶ୍ମିରଞ୍ଜନ ସେଠୀ ଧନ୍ୟବାଦ ଦେବା ସହ ଉତ୍ସ।ହିତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *