କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ ଆଜାଦୀ କା ଅମୃତ୍ ମହୋତ୍ସବ ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡାଣ୍ଟ୍ ଶ୍ରୀ ଆନନ୍ଦ ଝା ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବାଟାଲିୟନର ଅନ୍ୟ ପଦାଧିକାରୀ ଓ ଜବାନଙ୍କ ସହ ବାଲିଗୁଡ଼ା ବଣିକ ସଂଘ, ଅଟୋ ଚାଳକ ସଙ୍ଘର ସଦସ୍ୟଙ୍କ ସମେତ ସହରର ବହୁ ଜନସାଧାରଣ ସାମିଲ୍ ହୋଇଥିଲେ । ବାଲିଗୁଡ଼ା ବସ୍ଷ୍ଟାଣ୍ଡ୍ ନିକଟରେ ସମସ୍ତେ ଏକାଠି ହୋଇ ହାତରେ ତ୍ରିରଙ୍ଗା ଧରି “ବନ୍ଦେ ମାତରଂ” , “ଭାରତ ମାତା କି ଜୟ” ସ୍ଲୋଗାନ୍ ମାନ ଦେଇ ସହରର ମୁଖ୍ୟ ବଜାର ଦେଇ ଏକ ବିଶାଳ ପଦଯାତ୍ରା ଓ ବାଇକ ଶୋଭାଯାତ୍ରାରେ ବାହାରି ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ପହଁଚିଥିଲେ । ଏହାପରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେବା ସହ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ . ଜଣେ ଭାରତୀୟ ନାଗରିକ ଭାବେ ନିଜକୁ ଗର୍ବ ଓ ଗୌରବ କରିବାକୁ କରିବାକୁ ଆହ୍ବାନ୍ ଦେଇଥିଲେ କମାଣ୍ଡାଣ୍ଟ୍ ଶ୍ରୀ ଝା । ଜନସାଧାରଣଙ୍କୁ ସାଥିରେ ନେଇ ସିଆରପିଏଫ୍ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।