ହିନ୍ଦୁସେନା ଏବଂ ଖାନନଗର ଯୁବକ ସଙ୍ଘ ମିଳିତ ଉଦ୍ୟମରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ହିନ୍ଦୁସେନା ଏବଂ ଖାନନଗର ଯୁବକ ସଙ୍ଘ ମିଳିତ ଉଦ୍ୟମରେ ଦେଶ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି l ଏହି ଶୋଭାଯାତ୍ରା ଖାନନଗର ଦୁର୍ଗା ମଣ୍ଡପରୁ ଆରମ୍ଭ ହୋଇ ଓଡ଼ିଆବଜ଼ାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଠାରେ ଶେଷ ହୋଇଥିଲା . 700 ରୁ 800 ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଶୋଭାଯାତ୍ରା କୁ ଖାନନଗର ପୂଜା କମିଟିର ସମ୍ପାଦକ ପ୍ରଫୁଲ୍ଲ ସାହୁ ଉଦଘାଟନ କରିଥିବା ବେଳେ ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତ ଏବଂ ଖାନନଗର ଯୁବକସଙ୍ଘର ସମ୍ପାଦକ ପ୍ରତାପ ସାହୁଙ୍କ ନେତୃତ୍ୱରେ ହୋଇଥିଲା . ଖାନନଗରର ବରିଷ୍ଠ ମୁରବି ଶରତ ସାହୁ, ହିନ୍ଦୁସେନାର ମୁଖ୍ୟ ଉପଦେଷ୍ଟା ସଂଜିତ ସାମଲ, କୋଷାଧକ୍ଷ ଅଭିଷେକ ଜେନା, କାଳୀମନ୍ଦିର ମୁଖ୍ୟ ପୂଜକ କାଳନ୍ଦୀ ପାଣିଗ୍ରାହୀ, ଚୌଧୁରୀ ବଜ଼ାର ପୂଜା କମିଟିର ସଭାପତି ଦେବାଶିଷ ରାଏ, ଅଭିଜିତ ସିଂ, ଛାତ୍ର ସଭାପତି ସୁଜିତ ଦାସ, ନୀଳାଦ୍ରି ବେହେରା, ମନୋଜ ରାଉତ, ପ୍ରିତମ ମହାନ୍ତି, ଶୁଭଙ୍କର ସ୍ୱାଇଁ, 34 ନମ୍ବର ୱାର୍ଡ କର୍ପୋରେଟର ଦିପକ ଦାସ, ରୂପକ ପ୍ରସାଦ,ସତୀଶ କୁମାର, ଦୀପ୍ତି ସ୍ୱାଇଁ, ଅଭିନାଶ ନାୟକ, ସୁରତ ରାଏ, ଶିବ ନାରାୟଣ ଦାସ, ଚନ୍ଦ୍ରକାନ୍ତ ନାୟକ, ଚନ୍ଦନ ଓଝା, ଦିନେଶ ବେହେରା, ପ୍ରଶାନ୍ତ ମାଝୀଙ୍କ ସମେତ ଛାତ୍ର ସଂଗଠନର ବହୁ ସଦସ୍ୟ ଯୋଗ ଦେଇଥିଲେ l ଶେଷରେ ନେତାଜୀଙ୍କ ଜନ୍ମସ୍ଥାନଠାରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l

Leave a Reply

Your email address will not be published. Required fields are marked *