ପ୍ରବଳ ବର୍ଷାରେ ଭାଙ୍ଗିଲା କାଠ ପୋଲ : ବିପଦସଙ୍କୁଳ ଅବସ୍ଥାରେ ଯାତାୟତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଏକ ସପ୍ତାହ ହେଲା ଲାଗି ରହିବା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହେବାରେ ଲାଗିଛି ଏବଂ ଛୋଟ ବଡ଼ ନଦୀ ଗୁଡ଼ିକରେ ବଢ଼ି ପାଣି ପ୍ରବାହିତ ହେଉଛି । ଜିଲ୍ଲାର ଚକାପାଦ ଅଞ୍ଚଳରେ ତୁହାକୁ ତୁହା ମୁଷଳ ଧାରାରେ ବର୍ଷା ଲାଗିରହିଛି, ତେଣୁ ଚକାପାଦର ବ୍ୟାଙ୍କ ସାହି ବାସିନ୍ଦା ଜଳବନ୍ଦୀ ଭାବେ ରହିଛନ୍ତି । ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି । ସାହିର କିଛି କଚା ଘର ମଧ୍ୟ ବର୍ଷା ପାଣିରେ କ୍ଷତିଗ୍ରସ୍ତ ହୋଇଛି । ସାହି ବାସିନ୍ଦା ମାନେ ଜଳବନ୍ଦୀ ଭାବେ ନାହିଁ ନଥିବା ଅସୁବିଧାରେ ରହିଛନ୍ତି । ସେହିଭଳି ଚକାପାଦର ରାଇପଦା – ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀରେ ବଢ଼ି ପାଣି ଆସିବା ଫଳରେ ନଦୀରେ କରାଯାଇଥିବା କାଠ ପୋଲଟି ଭାସି ଯାଇଛି । ଫଳରେ ଜୁଇଖୋଲ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗ୍ରାମବାସୀ ମାନେ ବିପଦସଂକୁଳ ଭାବେ ନଦୀର ବଢ଼ି ପାଣି ଭିତରେ ପଶି ଯାତାୟାତ କରୁଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *