ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ୧୫୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରା ରେ ବର୍ଷା ରେ ଭିଜି ଭିଜି ଚାଲିଲେ ଛାତ୍ରଛାତ୍ରୀ l ଲଗାଣ ବର୍ଷା ସତ୍ତ୍ୱେ ଦେଶପ୍ରେମରେ ବିଭୋର ଛାତ୍ରଛାତ୍ରୀ ୧୫୦ ମିଟର ତ୍ରିରଙ୍ଗା କୁ ଧରି ନୂଆଗାଁ ପରିକ୍ରମା କରିଛନ୍ତି l ଦେଶପ୍ରେମ ସଂଗୀତ ସାଙ୍ଗକୁ ଦେଢ଼ଶହ ମିଟରର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସ୍ଥାନୀୟ ଲୋକମାନେ ମଧ୍ୟ ସାମିଲ ହୋଇଛନ୍ତି l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଆଜି ନୟାଗଡ଼ ନୂଆଗାଁ ବ୍ଲକ ସଦର ମହକୁମା ଠାରେ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି l ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ଯବାନ ଓ କିଷାନଙ୍କ ଉଦେଶ୍ୟରେ ସ୍ଥାନୀୟ ଅଞ୍ଚଳର ୨ ସଫଳ ଚାଷୀ ପ୍ରକାଶ କୁମାର ସାହୁ ଓ ଅରୁଣ କୁମାର ଗୋଛାୟତ ମୁଖ୍ୟ ଉଦଘାଟକ ଭାବେ ଯୋଗଦେଇ ଏହି ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭ ଉଦଘାଟନ କରିଛନ୍ତି l
୧୫୦ ମିଟର ଲମ୍ବ ତ୍ରିରଙ୍ଗା ଶୋଭାଯାତ୍ରା ରେ ବର୍ଷା ରେ ଭିଜି ଭିଜି ଚାଲିଲେ ଛାତ୍ରଛାତ୍ରୀ !!!

