ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅଧିନସ୍ଥ ବରପୋଡା ପୋଲ ରୁ ଆଜି ଦିନ ୩ ଟା ସମୟରେ ସ୍ଥାନୀୟ ଅଞ୍ଚଳ ର ଜଣେ ଯୁବତୀ ଡେଇଁ ପଡିଥିବାର ସୂଚନା ମିଳିଛି | ଘଟଣାସ୍ଥଳ ରେ ଦମକଳ ବାହିନୀ ଓ ପୁଲିସ ଟିମ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ନଦୀ ରେ ଅଥଳ ଜଳ ସ୍ରୋତ ହେତୁ ଏପର୍ଯ୍ୟନ୍ତ କିଛି ଖୋଜ ଖବର ମିଳି ପାରିନାହିଁ | ତେବେ ଯୁବତୀ ଜଣକ ନଦୀ କୁ ଡେଇଁବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବା ବେଳେ, ଯୁବତୀ ଙ୍କ ବାପା ଯୁବତୀଙ୍କର ମାନସିକ ରୋଗ ଥିବା କଥା ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି | ତେବେ ପୁଲିସ ର ତଦନ୍ତ ପରେ ଆଗକୁ ସତ୍ୟା ସତ୍ୟ ଆସିପାରେ ||
ନଦୀ କୁ ଡେଇଁ ଯୁବତୀ ନିଖୋଜ !!!

