ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ବ୍ଲକ କଣ୍ଟିଲୋ ପଞ୍ଚାୟତ ମୁଣ୍ଡିଲୋ ଗ୍ରାମ ଗୋପଡା ଠାରେ ୩୦ ପରିବାର ରହିଛନ୍ତି ପାଣି ଘେରରେ । ସୂଚନା ଅନୁଯାଇ ମୁଣ୍ଡିଲୋ ଗ୍ରାମର ଗୋପଡା ଠାରେ ୩୦ ରୁ ଉର୍ଦ୍ଧ ପରିବାର ପାଣି ଘେରରେ ଆସିଛନ୍ତି । ପଦାରେ ପଡିଲା ପ୍ରଶାସନର ଲୋକ ଦେଖାଣିଆ ବ୍ୟବସ୍ଥା , ପ୍ରଶାସନର ଅବହେଳା ଯୋଗୁ ମୃତ୍ୟୁ ଓ ଜୀବନ ସହ ସଂଘର୍ଷ କରୁଛନ୍ତି ୩୦ ରୁ ଉର୍ଦ୍ଧ ପରିବାର । ଗ୍ରାମବାସୀଙ୍କ ଅଭିଯୋଗ ଏ ପର୍ଯ୍ୟନ୍ତ ପ୍ରଶାସନର କୌଣସି ସହାୟତା ପହଁଞ୍ଚି ପାରିନି । ତାଙ୍କ ପାଖରେ ନା ଅଛି ଶୁଖିଲା ଖାଦ୍ୟ, ନା କୌଣସି ବୋଟ ବ୍ୟବସ୍ଥା । ଏପର୍ଯ୍ୟନ୍ତ ସହାୟତା ପହଁଚି ପାରିନାହିଁ ଲୋକଙ୍କ ପାଖରେ । ବାସ୍ତବରେ ଦେଖିବା କୁ ବାକି ରହିଲା ପ୍ରଶାସନ ର କେବେ ଚେତା ପଶୁଛି । ଟ୍ୟୁବ ସାହାଯ୍ୟରେ ଗ୍ରାମ ର ଲୋକେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି , କିନ୍ତୁ ପ୍ରଶାସନିକ ଅଧିକାରୀ ଚିର ନିଦ୍ରାରେ ଶୋଇଛନ୍ତି ।

