ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରଙ୍କଦେଉଳୀ ପଞ୍ଚାୟତ ମାଳିସାହି – ପାଚିଲା ଗୋଡ଼ି ପାର୍କ ପାଚେରୀ କାର୍ଯ୍ୟ ନିମ୍ନମାନର ଅଭିଯୋଗ । ଅଭିଯୋଗ ହେଲେ ବି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏହି ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପାଚେରୀ ଏପରି କାର୍ଯ୍ୟ ହୋଇଛି ଯେ , ପାଚେରୀ କୁ ହାତ ମାରିଲେ ତାହା ଭୁଷୁଡି ଯାଉଥିବା ଅଭିଯୋଗ ହେଉଛି । ଏଥିରୁ ପ୍ରମାଣ ମିଳୁଛି କେତେ ଉନ୍ନତ ମାନର କାର୍ଯ୍ୟ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅଭିଯୋଗ ଖବର ଶୁଣିବା ପରେ ରଣପୁର ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା ପାଚେରୀ ନିର୍ମାଣ କାର୍ଯ୍ୟ ର ତଦାରଖ କରିଛନ୍ତି । ପ୍ରକାଶ ଥାଉକି ଏହି ପାଚେରୀ କାର୍ଯ୍ୟ ନିମନ୍ତେ ୨୦୧୯ / ୨୦ ଆର୍ଥିକ ବର୍ଷରେ ୯ ଲକ୍ଷ ୯୦ ହଜାର ଏବଂ ୨୦୨୦ / ୨୧ ରେ ୫ ଲକ୍ଷ ଟଙ୍କା ଅନୁଦାନ ଆସିଛି । କିନ୍ତୁ ଯେଉଁ ଫଳକ ଲଗାଯାଇଛି ତାହା ସଠିକ ଭାବରେ ଦେଖା ଯାଉନାହିଁ । ଏଥିରୁ ସ୍ପଷ୍ଟ ବାରି ହୁଏ କିପରି ଦୁର୍ନୀତି ହୋଇଛି । ପ୍ରଶାସନିକ ଅଧିକାରୀ ଏବଂ ଠିକାଦାରଙ୍କ ମିଲିଭଗତ ରେ ଦିନ ଦ୍ୱିପ୍ରହରରେ କିପରି ଆଖିରେ ଆଙ୍ଗୁଳି ମାରୁଛନ୍ତି ଏହା ଏକ ଉଦାହରଣ ମାତ୍ର । ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପରିଦର୍ଶନ କରି ଯିବାପରେ କି ପ୍ରକାର କାର୍ଯାନୁଷ୍ଠାନ ନେଉଛନ୍ତି ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି ।
ନିମ୍ନମାନର ନିର୍ମାଣକାର୍ଯ୍ୟ ଅଭିଯୋଗ ପରେ ତଦାରଖ କଲେ ରଣପୁର ବ୍ଲକ ଅଧ୍ୟକ୍ଷା !!!

