ଶ୍ରୀ ରାଧାମାଧବ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା କଳାହାଣ୍ଡି ଗ୍ରାମ ର ଶ୍ରୀ ରାଧାମାଧବ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି । ସଙ୍ଗଠନର କର୍ମକର୍ତ୍ତା ମାନେ ଉତ୍ସବ ପାଳନ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ କୁ ସାମିଲ୍ କରି ଗ୍ରାମ ର ସଫେଇ କାର୍ଯକ୍ରମ କରିଥିଲେ । ଜନ୍ମାଷ୍ଟମୀ ଅବସରରେ ଆୟୋଜିତ ଏହି ଉତ୍ସବରେ ରାଧାମାଧବ ମନ୍ଦିର ନିକଟରେ ଗ୍ରାମର ପୁରୁଷ ମହିଳା ଏକତ୍ରିତ ହୋଇ ସଙ୍କୀର୍ତ୍ତନ ସହ ରାଧାମାଧବ ଙ୍କୁ ଆରତୀ କରି ପ୍ରସାଦ ସେବନ କରିଥିଲେ । ସଙ୍ଗଠନ ର ଆବାହକ ନନ୍ଦକିଶୋର ବାଘ ଏବଂ କର୍ମକର୍ତ୍ତା ମାନେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *