କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : କଣିହାଁ ପଞ୍ଚାୟତ ସମିତି ଠାରେ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଅନୁଷ୍ଠିତ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକଠାରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ପିଡି ଲଳିତ ମୋହନ ବେହେରା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ନିର୍ମଳ ସାହୁ, କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ୍ ମିଶ୍ର, କଣିହାଁ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, କଣିହାଁ ବିପିଏମ୍ ବିଶ୍ୱଭୂଷଣ କରଙ୍କ ସମେତ ତିନୋଟି କମ୍ପାନୀର ଅଧିକାରୀ ଗଣ ଉପସ୍ଥିତ ଥିଲେ । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ଯୁବକ ଓ ଯୁବତୀ କେମିତି ନିଯୁକ୍ତି ପାଇ ପାରିବେ ସେ ବିଷୟରେ କଣିହାଁ ବିଡ଼ିଓ ନିଶାନ୍ ମିଶ୍ର ୨୭ ଟି ଗ୍ରାମ ପଞ୍ଚାୟତରୁ ଆସିଥିବା ଯୁବକ ଓ ଯୁବତୀ ମାନଙ୍କୁ ବୁଝାଇ ଥିଲେ । କଣିହାଁ ବିପିଏମ୍ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ୧୮ ରୁ ୩୫ବର୍ଷ ପର୍ଯ୍ୟନ୍ତ ଗ୍ରାମୀଣ ଯୁବକ ଓ ଯୁବତୀ ମାନଙ୍କୁ ତାଲିମ ସୁଯୋଗ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ ।
କଣିହାଁ ପଞ୍ଚାୟତ ସମିତି ଠାରେ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଅନୁଷ୍ଠିତ !!!

