ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ବଣ୍ଟନ ସହ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ପହଁଚିଲା ୮୮୫ ଦିନରେ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ୍ ପକ୍ଷରୁ ନିରବଛିନ୍ନ ଭାବରେ ୮୮୫ ଦିନ ଧରି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ, କରୋନା କିଟ୍ ଓ ରିଲିଫ ବଣ୍ଟନ କରାଯାଉଥିବା ବେଳେ ଗତ ୩ ଦିନ ଧରି ସ୍ୱତନ୍ତ୍ର ଭାବରେ ବନ୍ୟା ପ୍ରପୀଡ଼ିତଙ୍କୁ ସଚେତନ ସହ ରିଲିଫ ଓ କରୋନା କିଟ୍ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ବୈତରଣୀ ଓ କାଣୀ ନଈର ବନ୍ଧ ଭାଙ୍ଗିଯିବା ଫଳରେ ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ନଦୀ କୂଳବର୍ତ୍ତି ଲୋକ ମାନଙ୍କର ଧନ ଜୀବନ କ୍ଷୟ କ୍ଷତି ହେବାକୁ ଲାଗିଛି । ଫାଉଣ୍ଡେସନ୍ ପକ୍ଷରୁ ଜଳବନ୍ଦୀ ମାନଙ୍କୁ ଥଇଥାନ ସହ ରନ୍ଧା ଓ ଶୁଖିଲା ଖାଦ୍ୟ, କରୋନା କିଟ୍, ମହମବତୀ, ଦିଆସିଲି, ଶୁଦ୍ଧ ପାନୀୟ ଜଳ, ହାଲୋଜିନ ବଟିକା, ଓ.ଆର.ଏସ,ବସ୍ତ୍ର ,ମାକ୍ସ, ସାବୁନ, ସାନିଟାଇଜର ଆଦି ଯୋଗାଇ ଦିଆଯାଉଛି । ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ୍ ଓ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ର କର୍ମକର୍ତ୍ତା ମାନଙ୍କଦ୍ବାରା ଏହି କାର୍ଯ୍ୟ ନିର୍ବାହ କରାଯାଉଛି । ଏଥିରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗୃପ ର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱଜିତ ଦାସ, ସତ୍ୟଜିତ ଦାସ, ମୁନା ଦାସ ଆଦି ଲୋକମାନଙ୍କୁ ସହାୟତା ଯୋଗାଉଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *