ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ବାଙ୍କୀ ଓ ଡମପଡା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରି ଜଳବନ୍ଦୀ କରି ରଖିଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ , ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବାଙ୍କୀ ଗସ୍ତରେ ଆସି ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହ ପୁର୍ବାହ୍ନ ସମୟରେ କଇଁମୁଣ୍ଡି, ପାଥପୁର ,ଚକୁଳେଶ୍ୱର ଓ କୁସପଙ୍ଗି ଆଦି ଅଞ୍ଚଳର ପାନୀୟ ଜଳ ପ୍ରକଳ୍ପ ସବୁ ପରିଦର୍ଶନ କରିବା ସହିତ ବନ୍ୟା ପାଣି ପ୍ରଭାବିତ ଧାନ ଜମି, ପରିବା ଫସଲ ଯେଉଁ ଭଳି ଭାବେ ପାଣିରେ ବୁଡି ନଷ୍ଟ ହୋଇଯାଇଛି ତାହା ବୁଲି ଦେଖିଥିଲେ । ପରେ ଜାତମୁଣ୍ଡିଆ ସ୍ଥିତ ପଞ୍ଚାୟତ ଭବନ ଠାରେ ପାନୀୟ ଜଳ ଯୋଗାଣ ଓ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ନିର୍ଦ୍ଦେଶକ ବି.ପରମେଶ୍ୱରନ , ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ମୁଖ୍ୟଯନ୍ତ୍ରୀ ବସନ୍ତ କୁମାର ରାଉତ, ଅଧିକ୍ଷଣ ଯନ୍ତ୍ରୀ ସୁରେଶ କୁମାର ରାଉତ, ଉପ-ଜିଲ୍ଲାପାଳ ବାଙ୍କୀ ରଞ୍ଜନ କୁମାର ଜେନା, ବି.ଡି.ଓ ଡମପଡା ଶ୍ୟାମଳ କୁମାର ରାୟଙ୍କ ସହିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ବାଙ୍କୀ ଓ ଡମପଡା ର ଯନ୍ତ୍ରୀ ସତ୍ୟନାରାୟଣ ରଥ , ବୈଷ୍ଣବ ମଲ୍ଲିକ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୦୨୪ ମସିହା ପୂର୍ବରୁ ଚକୁଳେଶ୍ୱର ଠାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନେଇ ଏକ ସମୀକ୍ଷା କରିବା ସହିତ ମାନ୍ୟବର ମନ୍ତ୍ରୀ ଚକୁଳେଶ୍ୱର ଠାରେ ପ୍ରକଳ୍ପର ଭିତ୍ତିଭୂମି ପରିଦର୍ଶନ କରିଥିଲେ ।