ରାସ୍ତା ନିର୍ମାଣ ଓ ଗୋଚର ଜମିରୁ ଜବରଦଖଲ ଉଛେଦ ଦାବିରେ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭାଲୁରଗାଁ, ତଳପଡା, ମାସରଗାଣ୍ଡା, ଗୋଡ଼ଗାଁ, ଗଟେଣୀ, ଜିରିସୀ, ତାରଗାବାଲି, ନାଡ଼ଗାଁ, କିରପଲା, ଘାଟିସାହି ଏବଂ ଏକଲବ୍ୟ ସ୍କୁଲ କୁ ପକ୍କା ରାସ୍ତା ନଥିବା ରୁ ଉକ୍ତ ରାସ୍ତା କୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଏବଂ କାଳୀସାହି ପୂଜା ସାହି ନିକଟରେ ଗୋଚର ଜମିକୁ କିଛି ମାଫିଆ ଜବରଦଖଲ କରିଛନ୍ତି ଉକ୍ତ ଜମିକୁ ଜବରଦଖଲ ଉଛେଦ କରିବାକୁ କୁଇ ସଂଗଠକ ପ୍ରମୋଦ କହଁର ଓ ସମାଜ ସେବୀ ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱ ରେ ଶତାଧିକ ପୁରୁଷ ମହିଳା ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ଜରିଆରେ କନ୍ଧମାଳ ଜ଼ିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ସୂଚନାଯୋଗ୍ୟ, ଯେ ଉକ୍ତ ବାରଗୋଟି ଗ୍ରାମର ଗ୍ରାମବାସୀ ପକ୍କାରାସ୍ତା ନଥିବାରୁ ପ୍ରାୟ ତିନି ହଜାର ଲୋକ ଦୁର୍ଦଶା ଭୋଗୁଛନ୍ତି l ସ୍କୁଲ କଲେଜ ଅଫିସ କାର୍ଯାଳୟ ମେଡିକାଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ଫିରିଙ୍ଗିଆ ବ୍ଲକ ଉପରେ ନିର୍ଭରଶୀଳ ଅଟନ୍ତି l ପକ୍କା ରାସ୍ତା ନଥିବାରୁ ଗାଁକୁ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଆଦି ଯାତାୟତ କରିପାରୁ ନାହିଁ l ଫଳରେ ରୋଗୀ ପ୍ରସୂତି ମହିଳା ହୀନସ୍ତା ଭୋଗୁଛନ୍ତି l ବର୍ଷା ଦିନରେ ଏହାର ସ୍ଥିତି ବେହାଲ ହୋଇପଡୁଛି l ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ଫଳ ଶୂନ, ଅଦ୍ୟାବଧି ସମସ୍ୟାର ସମାଧାନ ହୋଇନାହିଁ ଫଳରେ ବାରଗୋଟି ଗାଁର ଶତାଧିକ ଗ୍ରାମବାସୀ ଙ୍କ ମନରେ ଅଶାନ୍ତି ସୃଷ୍ଟି ହୋଇଛି l ଏହାର ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ସ୍ୱରୂପ ଫିରିଙ୍ଗିଆ ରୁ ଏକଲବ୍ୟ ଦେଇ କାଶୀନପଦର ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରବାକୁ ଦାବୀ କରିଛନ୍ତି ଗ୍ରାମବାସୀ l ସମସ୍ୟାର ସମାଧାନ ଶୀଘ୍ର ନହେଲେ ଫିରିଙ୍ଗିଆ ସରପଞ୍ଚ ଯୋଗେଶ୍ୱର କହଁର,କାଶିନୀପଦର ସରପଞ୍ଚ ପ୍ରତିମା କହଁର,ସମିତି ସଭ୍ୟ ଇନ୍ଦ୍ରା କହଁର, ଯୋଗେଶ୍ୱର କହଁର, ପ୍ରମୋଦ କହଁର, କୁଶ କହଁର,ରାଜକିଶୋର କହଁର,ପବିତ୍ର କହଁର, ଲଣ୍ଡା କହଁର ପ୍ରମୁଖ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି l ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *