ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ଜ୍ଞାନ ସମ୍ପର୍କରେ ସଚେତନତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ଜ୍ଞାନ ସମ୍ପର୍କରେ ସଚେତନତା କରାଇବା ଲାଗି ଏକ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ ଶ୍ରୀମତୀ ରୂପଶ୍ରୀ ଚୋୖଧୁରୀ ଏବଂ ଜିଲ୍ଲାପାଳ ଡ଼ ପୋମା ଟୁଡୁ ମିଳିତ ଭାବେ ଉଦଘାଟନ କରିଥିଲେ । ସଚେତନତା କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ୧୭ ଟି ସ୍କୁଲ ଛାତ୍ରଛାତ୍ରୀ ମାନେ ଚିତ୍ରାଙ୍କନ, ବକୃତା, ପ୍ରବନ୍ଧ ଏବଂ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ଜଜ୍ ଶ୍ରୀମତୀ ରୂପଶ୍ରୀ ଚୋୖଧୁରୀ ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଦେବା ସହ ପାଠପଢ଼ା ସହିତ ନିଜ ଭିତରେ ଥିବା ଅନ୍ୟ ପ୍ରତିଭାକୁ ଆଗକୁ ଆଣିବା ପାଇଁ ଉତ୍ସାହିତ କରିଥିଲେ । ଜିଲ୍ଲାପାଳ ଡ଼ ଟୁଡୁ ନୟାଗଡ଼ରେ ମହିଳା ନିର୍ଯାତନା ଏବଂ ଶିଶୁ କନ୍ୟା ବିବାହ ଏକ ବଡ଼ ସମସ୍ୟା , ଏ ସମ୍ପର୍କରେ ଆମେ ସମସ୍ତେ ସଚେତନ ହେଲେ ଏହା ରୋକାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ବିଭୁପ୍ରସାଦ ପଣ୍ଡା, ଲିଲି ସେନାପତି, ସବଜଜ ବିଚିତ୍ରାନନ୍ଦ ପ୍ରଧାନ, ମହିଳା ବିଚାରପତି ଡକ୍ଟର ରିନତି ମିଶ୍ର, ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ପ୍ରଦୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ନାରୀ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ସହ ପ୍ରତିଯୋଗିତାରେ ପ୍ରଥମ , ଦିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସଚେତନତା କାର୍ଯ୍ୟକ୍ରମ ର ସଫଳତା ପାଇଁ ସଚିବ ବିଶେଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *