ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ନୟାଗଡ଼ ବ୍ଲକର ୫ ଟି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ, ଅଭିଭାବକ, ପୂରତାନ ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷା ଭିତ୍ତିଭୂମି ର ବିକାଶ ପାଇଁ ରୂପାନ୍ତରିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ବହି ଶିକ୍ଷା ସହିତ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର କ୍ରୀଡ଼ାକୁ କେତେ ଗୁରୁତ୍ୱ ଦେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ କଳା ଭରପୁର ହୋଇ ରହିଛି ତାକୁ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିବେଶକୁ କିଭଳି ସ୍ୱଚ୍ଛ ଓ ସୁନ୍ଦର ରଖାଯାଇ ପାରିବା ତାହା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ସୃଷ୍ଟି ହେଉଥିବା ଆଗ୍ରହ ଓ ପ୍ରତିଯୋଗୀତା ମନୋଭାବ ବହୁତ ଗୁରୁତ୍ୱପୂର୍ଣ୍ଣ । ବିଧାୟକ ଆଜି ନୟାଗଡ଼ ବ୍ଲକର ରୂପାନ୍ତରିତ ହୋଇଥିବା ଗଦାଧର ପ୍ରସାଦ ଭାଗୀରଥି ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ଚଣ୍ଡି ହାଇସ୍କୁଲର ନିର୍ମାଣ କାର୍ଯ୍ୟକୁ ତଦାରଖ କରିଥିଲେ । ଏଥି ସହିତ ନୂତନ ଭାବେ ୫ ଟି ରୂପାନ୍ତରିକରଣ ଯୋଜନାରେ ସାମିଲ ହୋଇଥିବା କିରଦାଶପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଶରଧାପୁର ଉଚ୍ଚ ବିଦ୍ୟାଳୟ ଓ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟର ନିର୍ମାଣ ପାଇଁ ରହିଥିବା ଯୋଜନାର ତଦାରଖ କରିଥିଲେ । ରୂପାନ୍ତରିକରଣ ଯୋଜନାରେ ସ୍ମାର୍ଟ କ୍ଲାସ ରୁମ୍, ଇ ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର ସହିତ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବା ନେଇ ରହିଥିବା ଯୋଜନାକୁ ସମୀକ୍ଷା କରିଛନ୍ତି । ବିଧାୟକଙ୍କ ଗସ୍ତରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ, ବିଡିଓ ପଦ୍ମଚରଣ ସାହୁ ଏବଂ ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କହଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ ଏବଂ ସମସ୍ତ ପଞ୍ଚାୟତ ଜନ ପ୍ରତିନିଧିମାନେ ସାମିଲ ଥିଲେ ।
ଶିକ୍ଷା ଭିତ୍ତିଭୂମି ର ବିକାଶ ପାଇଁ ରୂପାନ୍ତରିକରଣ ଆବଶ୍ୟକ !!!

