ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୁଜଙ୍ଗ ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନ , ରାତି ଅଧିଆ ଦୁଇ ଜଣ ଯୁବକକୁ ଉଠେଇ ଏକ ପାଖିଆ ଭାବରେ ଅଭିଯୁକ୍ତ କରି କୋର୍ଟ ଚାଲାଣ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତ ବଉଳାଙ୍ଗ ଗ୍ରାମରେ । ବଉଳାଙ୍ଗ ଗ୍ରାମରେ ରାତିରେ ଗଣେଶ ଭସାଣି ଚାଲିଥିବା ସମୟରେ ସେହି ଗ୍ରାମରେ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଗଣ୍ଡଗୋଳରେ ପୋଲିସ ଦୁଇ ଜଣକୁ ରାତି ଅଧିଆ ତରବର ଭାବରେ ଉଠେଇ ଆଣି କୋର୍ଟ ଚାଲାଣ କରିଛି । ହେଲେ ଅପର ପକ୍ଷକୁ କୌଣସି ପ୍ରକାରର ତଦନ୍ତ ନକରି ଏଭଳି କରି ଥିବାରୁ ପରିବାର ଲୋକେ ନ୍ୟାୟ ପାଇଁ ଥାନର ଦ୍ୱାରସ୍ଥ ହୋଇଛନ୍ତି । ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ର କିଛି ସଦସ୍ୟ ମଧ୍ୟ ପରିବାର ଲୋକଙ୍କୁ ସମର୍ଥନ ଜଣାଇ କୁଜଙ୍ଗ ଥାନା ସମୁଖରେ ଧାରଣା ଦେଇଛନ୍ତି । ସେହି ଗ୍ରାମର ପ୍ରିୟରାଜ ମହାନ୍ତି ଓ ପ୍ରଦିପ ବାରିକ ଙ୍କୁ ଗିରଫ କରାଯାଇ ଥିବା ବେଳେ ଅନ୍ୟ ଦୁଇ ଜଣ ଶାସକ ବିଜେଡି ଦଳର ହୋଇ ଥିବାରୁ ପୋଲିସ ତାଙ୍କ ଦେହରେ ହାତ ଦେବାକୁ ଭୟ କରୁଥିବା ଅଭିଯୋଗ ହୋଇଛି । ଘଟଣାକୁ ବିରୋଧ କରି ଶତାଧିକ ଲୋକେ କୁଜଙ୍ଗ ଥାନା ଘେରାଉ କରିଛନ୍ତି ।