ଭାଇର ମଙ୍ଗଳ କାମନା କରି ଭଉଣୀ ପୂଜିଲେ ଭାଲୁକୁଣୀ !!!

0
174

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମା ” ଏକ, ରୂପ ଅନେକ। ଜଗତ ଉଦ୍ଧାର ପାଇଁ ସେ କେତେବେଳେ ଧାରଣ କରଛନ୍ତି ମହିଷା ମର୍ଦ୍ଦିନୀ ମା ଦୂର୍ଗା, କେତେବେଳେ ସେ କାଳି, କେତେବେଳେ ଧନର ଠାକୁରାଣୀ ଜଗତ ଜନନୀ ମା ” ଲକ୍ଷ୍ମୀ ଠାକୁରାଣୀ । ମା ‘ ଙ୍କ ରୂପ ମଧ୍ୟରେ ଭାଲୁକୁଣୀ ରୂପ ଅନନ୍ୟା । ତଅପୋଇ ନିଜ ଭାଇ ମାନଙ୍କ ମଙ୍ଗଳ କାମନା କରି ଜଙ୍ଗଲ ରେ ମା ମଙ୍ଗଳା ଙ୍କୁ ସୁମରି ଭାଲୁକୁଣୀ ପୂଜା କରିଥିଲେ । ତାଙ୍କ ସାତଭାଈ ବାଣିଜ୍ୟ କରି ମା ‘ଙ୍କ କୃପାରୁ ପହଞ୍ଚି ଥିବାରୁ ସେଇ ଅନାଦି କାଳରୁ ଭଉଣୀ ମାନେ ଭାଇ ଙ୍କ ମଙ୍ଗଳ ମନାସି ଭାଲୁକୁଣୀ ପୂଜା କରି ଆସୁଛନ୍ତି । ସେବେଠାରୁ ଭାନ୍ଦ୍ରବ ମାସର ରବିବାର ଦିନ ଝିଅ ମାନେ ଏକାଠି ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ଭାଲୁକୁଣୀ ପୂଜା କରିଥାନ୍ତି । ଚଳିତବର୍ଷ ମଧ୍ୟ ବେଶ ଆଡମ୍ବର ସହିତ ପାଳନ ହୋଇଛି ମା ଭାଲୁକୁଣୀ ଓଷା । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ ମଧ୍ୟ ପାଳନ ହୋଇଯାଇଛି ଭାଲୁକୁଣୀ ପୂଜା । ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ଗ୍ରାମରେ ଝିଅ ମାନେ ମିଶି ପୂଜା କରିଛନ୍ତି ଭାଲୁକୁଣୀଙ୍କୁ । ରବିବାର ସକାଳ ଆରମ୍ଭ ହୋଇଯାଏ ପୂଜା ର ନୀତିକାନ୍ତି । ନଦୀ ବା ପୁଷ୍କରଣୀ ନିକଟକୁ ଯାଇ ସେଠାରେ ବାଲୁଙ୍ଗା ପୂଜା କରିବା ସହିତ ସୂର୍ଯ୍ୟ ଦେବତା ଙ୍କୁ ଆଞ୍ଜୁଳି ଅର୍ପଣ କରିଥାନ୍ତି । ସଂନ୍ଧ୍ୟାରେ ମା ଖୁଦୁରୁକୁଣୀ ଙ୍କୁ ଫୁଲ ହାର , ଚନ୍ଦନ, କସ୍ତୁରୀ, ନୈବେଦ୍ୟ ଦେଇ ପୂଜା ଅର୍ଚ୍ଚନା କରିଥାନ୍ତି । ଏହାପରେ ମା” ନିକଟରେ ସମସ୍ତେ ଝିଅ ମାନେ ମିଶିକରି ଓଷା ର ମୁଳତତ୍ବ ଉପରେ ବହି ପଡିଥାନ୍ତି । ଶେଷରେ ତାଙ୍କୁ ଆଳତି ବନ୍ଦାପନା ଓ ଭୋଗଲାଗି କରିଥାନ୍ତି ।

LEAVE A REPLY

Please enter your comment!
Please enter your name here