ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ବ୍ୟାପକ ଅନିୟମିତତା ବିରୋଧରେ ସ୍ଵର ଉଠାଇଲେ ସଚେତନ ନାଗରିକ ମହାସଭା !!!

0
115

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ର ଐତିହାସିକ ବାଲିଯାତ୍ରା ପାଇଁ ବ୍ୟବସାୟୀ ମାନଙ୍କୁ ପ୍ଲଟ ଆବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବାରୁ ନିଲାମ ପ୍ରକ୍ରିୟାକୁ ବିରୋଧ କଲେ ବ୍ୟବସାୟୀ ସଂଘ ! ଏହା ପରେ ବିଭିନ୍ନ ସଂଗଠନ ତରଫରୁ ଏହି ନିଲାମ ପ୍ରକ୍ରିୟାକୁ ବିରୋଧ କରାଯାଇଛି । କଟକରେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମି ପ୍ରକ୍ରିୟା ବେଳେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ଏହି ବାବଦରେ ସଚେତନ ନାଗରିକ ମହାସଭା, ଓଡିଶା ତରଫରୁ କଟକ ବାଲିଯାତ୍ରା ପଡ଼ିଆ ଡଙ୍ଗା ଗେଟ୍ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ, ଏହାର ପୁନଃ ବିଚାର କରି ନିଲାମ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ସଚେତନ ନାଗରିକ ମହାସଭା, ଓଡିଶା ଏହାର ଜବାବ ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସଙ୍ଗଠନର ସଭାପତି ତଥା ସମାଜସେବୀ ବୃନ୍ଦାବନ ଦାସ ଆଜାଦ ।

LEAVE A REPLY

Please enter your comment!
Please enter your name here