ଭାପୁର ବ୍ଲକ ରେ ବିଜେଡି ର ମାରାଥନ କାର୍ଯ୍ୟକ୍ରମ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଅକ୍ଟୋବର ୨ ତାରିଖରୁ ସାରା ଓଡିଶାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏ ଅବସରରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଭାପୁର ବ୍ଲକରେ ପୂର୍ବରୁ ନଅଗୋଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ହୋଇଥିଲା । ସୋମବାର ଦିନ ଭାପୁର ବ୍ଲକରେ ସକାଳ ଦଶଟା ସମୟରୁ ଛଅ ଗୋଟି ପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି ! ଶାଳପଡା , କଇଁଫୁଲିଆ , ରାକମା ,ବିଜିପୁର , ଶାସନ ଓ କରବର ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ହୋଇଯାଇଛି । ସୋମବାର ଦିନ ପ୍ରଥମେ ଶାଳପଡା ପଞ୍ଚାୟତରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକଙ୍କ ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସି°, ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ , ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ , ଭାପୁର ବ୍ଲକ ବିଜେଡି ମହିଳା ସଭାନେତ୍ରୀ କବିତା ମହାରଣା , ବରିଷ୍ଠ ବିଜେଡି ନେତା ଅପର୍ତ୍ତି ପ୍ରଧାନ, ମାଟିଆ ସ୍ୱାଇଁ , ରବିନ୍ଦ୍ର କୁମାର ପଟ୍ଟନାୟକ , ରମେଶ ଚନ୍ଦ୍ର ବରାଡ , ରମେଶ ଚନ୍ଦ୍ର ରାଉତ , ରାକମା ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ବେହେରା , ସମିତିସଭ୍ୟ ବାଳ ଗୋପାଳ ଷଡ଼ଙ୍ଗୀ , ସନ୍ତୋଷ କୁମାର ପଣ୍ଡା , ବିଜୟ କୁମାର ପଟ୍ଟନାୟକ , ଶଶୀଭୂଷଣ ରାଉତରାୟ , ଶାସନ ପଞ୍ଚାୟତର ସମିତି ସଭ୍ୟ କାହ୍ନୁଚରଣ ପ୍ରଧାନ , ସରପଞ୍ଚ ପ୍ରଫୁଲ୍ଲ କୁମାର ଗୋଛି , କରବର ପଞ୍ଚାୟତ ସମିତି ସଭ୍ୟ ତପନ କୁମାର ମହାପାତ୍ର ହଜାର ହଜାର ବିଜୁପ୍ରେମୀ ଓ ମହିଳା ଗୋଷ୍ଠୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ସହ ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ସୂଚନା ଦେଉଥିବା ଦେଖିବାକୁ ମିଳିଥିଲା । ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିବା ସହିତ ଲୋକଙ୍କୁ ଜନକଲ୍ୟାଣ ମୂଳକ ଯୋଜନା ଉପରେ ସଚେତନ କରିଥିଲେ ବିଜେଡି କର୍ମୀ । ନଭେମ୍ବର ୨ ତାରିଖରେ ତଥା ଅନ୍ତିମ ଦିନରେ ଭାପୁର ଵ୍ଲକର ପଦ୍ମାବତୀ , ବାଉଁଶବାଟୀ , କେନ୍ଦୁପଲ୍ଲୀ , ପଥରଚକଡା ଓ ଧାନଚାଙ୍ଗଡା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *