ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚିନ୍ମୟ ଫାଉଣ୍ଡେସନର ୧୩୬ ତମ ସାପ୍ତାହିକ କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଏବଂ ୩୮ ତମ ସମୀକ୍ଷା ବୈଠକ । ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ନିମନ୍ତେ ଅଣ୍ଟା ଭିଡ଼ିଥିଲା ଅଗ୍ରଣୀ ସମାଜ କଲ୍ୟାଣକାରୀ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ । ୨୦୨୦ ମସିହା ମାର୍ଚ୍ଚ ୨୨ତାରିଖ ରବିବାର ଦିନ ଭାରତ ସରକାରଙ୍କ ନିର୍ଦେଶକ୍ରମେ ସମଗ୍ର ଦେଶର ବିଭିନ୍ନ ରାଜ୍ୟକୁ ତାଲା ବନ୍ଦ କରିଦିଆ ଯାଇଥିଲା । ଲୋକମାନଙ୍କର ଅସହାୟତାକୁ ଉପଲବ୍ଧି କରି ସେମାନଙ୍କୁ ସଚେତନ ଓ ସାହାଯ୍ୟ କରିବା ନିମନ୍ତେ ଆରମ୍ଭ ହୋଇଥିଲା ଅଭିଯାନ । ଯାହା ଆଜି ୯୫୨ଦିନରେ ପହଁଚିଛି । ଏହି କାର୍ଯ୍ୟକ୍ରମକୁ ଚଳିତ ୧୩୬ତମ ସପ୍ତାହର ଦିନ ସଂଖ୍ୟା ୯୪୬ରୁ ୯୫୨ପର୍ଯ୍ୟନ୍ତ (୨୩ଅକ୍ଟୋବର ୨୦୨୨ରୁ ୨୯ ଅକ୍ଟୋବର ୨୦୨୨ ରବିବାରରୁ ଶନିବାର ପର୍ଯ୍ୟନ୍ତ ) ଯାଜପୁର ଜିଲ୍ଲାର ବିଭିନ୍ନ ବସ୍ତି, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ମନ୍ଦିର ନିକଟ,ରାସ୍ତା କଡ଼ ଆଦି ସ୍ଥାନ ମାନଙ୍କରେ ଜୀବନ ବିତାଉଥିବା ଗରିବ, ଅସହାୟ, ପାଗଳ, ଦିବ୍ୟାଙ୍ଗ ଆଦିଙ୍କୁ ଖାଦ୍ୟ ବସ୍ତ୍ର ବିତରଣ ସହ ଅସଚେତନ ବ୍ୟକ୍ତି ମାନଙ୍କୁ ଓ କୋଭିଡ କିଟ୍ ଆଦି ବଣ୍ଟନ କରାଯାଇଥିଲା l ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶଙ୍କ ନିର୍ଦେଶକ୍ରମେ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସ୍ବେଛାସେବୀ ଶ୍ରୀକ୍ଷେତ୍ର ସାହୁଙ୍କ ସମେତ ସମସ୍ତ କର୍ମକର୍ତାମାନେ ଏଥିରେ ସହଯୋଗ କରିଥିଲେ l ପ୍ରତି ୨୫ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ହେଉଥିବାବେଳେ ୯୫୦ତମ ଦିବସର ୩୮ତମ ସମୀକ୍ଷା ବୈଠକ ସ୍ଥାନୀୟ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ପରିସରରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି l ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ଯୁବ ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ, ଯୁବ ସମାଜସେବୀ ଯୁବରାଜ ମଲ୍ଲିକ ଆଦି ଯୋଗଦାନ କରିଥିବାବେଳେ ଏହି କାର୍ଯ୍ୟକ୍ରମକୁ ଡ୍ୟାନ୍ସ ଗ୍ରୁପର ନିର୍ଦେଶକ ମାଷ୍ଟର ମିହିର କୁମାର ପରିଚାଳନା କରିଥିଲେ l ବୈଠକରେ ଓଡିଶା ସରକାରଙ୍କ ପାର୍ବଣ କୋଭିଡ ଗାଇଡ଼ ଲାଇନ ଡିସେମ୍ବର -୩୧ ସମ୍ପର୍କରେ ଆଲୋଚନା ସହ ଦେଶରେ ବର୍ତମାନର କୋଭିଡ ପଜେଟିଭ ହାର ଓ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ କାର୍ଯ୍ୟପନ୍ଥା ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଚିନ୍ମୟ ଫାଉଣ୍ଡେସନର ୧୩୬ ତମ ସାପ୍ତାହିକ କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

