ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାର୍ଥୀ ପ୍ରୋତ୍ସାହନ ଉତ୍ସବ ୨୦୨୨ ଅନୁଷ୍ଠିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ନୂଆଗାଁ କବିରାଜ ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷାର୍ଥୀ ପ୍ରୋତ୍ସାହନ ଉତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଉମାମଣୀ – ନାରାୟଣ ଟ୍ରଷ୍ଟ ଫଣ୍ଡ ତରଫରୁ ଏହାକୁ ଆୟୋଜନ କରାଯାଇଥିଲା । ଏହି ଉତ୍ସବ କବିରାଜ ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ତଥା ସାମ୍ବାଦିକ ସନାତନ ଷଡ଼ଙ୍ଗୀ , ଉମାମଣୀ – ନାରାୟଣ ଟ୍ରଷ୍ଟଫଣ୍ଡର ସଭାପତି ମନୋରଞ୍ଜନ ପଣ୍ଡା , ପୁରାତନ ଛାତ୍ର ସ°ସଦ ସଭାପତି ପ୍ରସନ୍ନ କୁମାର ପଣ୍ଡା , ରଞ୍ଜିତା ପଣ୍ଡା , ସୁଦର୍ଶନ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ°ଯୋଜନା କରିଥିଲେ ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇ ଛାତ୍ରୀ ପଲ୍ଲବୀ ମଲ୍ଲ ଓ ଭୂମିକା ପଣ୍ଡା । ଏହି ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ମନୋଜ କୁମାର ଶତପଥୀ । ଉମାମଣୀ – ନାରାୟଣ ଟ୍ରଷ୍ଟ ଫଣ୍ଡ ତରଫରୁ ୨୦୨୨ ମସିହାରେ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ବିଦ୍ୟାଳୟର ରାଜଲକ୍ଷ୍ମୀ ପଣ୍ଡା , ଦେବାଶିଷ ପଣ୍ଡା , ଅଞ୍ଜୁଶ୍ରୀ ପଣ୍ଡା ଓ ରୁଦ୍ର ପ୍ରସାଦ ପଣ୍ଡା ଙ୍କୁ ଆଠ ଶହ ଲେଖାଏଁ ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ୨୦୨୧ ମସିହାରେ ମାଟ୍ରିକରେ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ସର୍ବେଶ୍ୱର ପଣ୍ଡା , ଚିନ୍ମୟୀ ପ୍ରିୟଦର୍ଶିନୀ, ସିଦ୍ଧେଶ୍ୱର ପଣ୍ଡା ଓ ୨୦୨୦ ମସିହାର ଛାତ୍ରଛାତ୍ରୀ ଶୁଭଶ୍ରୀ ମିଶ୍ର , ସିଦ୍ଧାର୍ଥ ଶଙ୍କର ପଣ୍ଡା, ସୈ।ରଭ କୁମାର ପଣ୍ଡାକୁ ୫ ଶହ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ମେଧାବୀ ଛାତ୍ରୀ ବିଜୟ ଲକ୍ଷ୍ମୀ ପଲ୍ଲ ଙ୍କୁ ୧୫ଶହ ଟଙ୍କା ଓ ମାନପତ୍ର ଅତିଥି ପ୍ରଦାନ କରିଥିଲେ । ଶେଷରେ ତପନ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ମନୋରଞ୍ଜନ ପାଇଁ ସମ୍ବଲପୁରୀ ଡ୍ୟାନ୍ସ ଓ ଲୋକକଳା ଗୀତ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *