ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ତାଳଚେର , ଅନୁଗୁଳ , ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୁପକ୍ଷର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଅବନୀକାନ୍ତ ସାହୁ ! ପ୍ରଥମେ ପାଲଲହଡାର ଅଧିଷ୍ଠାତ୍ରୀ ଦେବୀ ମା କୁଣ୍ଢେଇବୀରାଙ୍କ ମନ୍ଦିରରେ ପୂଜାକାର୍ଯ୍ୟ ସମ୍ପାଦନ କରି ସାରିବା ପରେ ହଜାର ହଜାର ସମର୍ଥକ ସହ ବାଇକ୍ ରାଲିରେ ବାହାରି ମା ହିଙ୍ଗୁଳାଙ୍କ ପୀଠରେ ଦର୍ଶନ କରିଥିଲେ । ସେଠାରୁ ରୋଡ଼ ସୋ କରି ଅନୁଗୋଳରେ ପହଞ୍ଚିଥିଲେ ।

ବିଜୁ ଯୁବ ଜନତା ଦଳ ତରଫରୁ ଅନୁଗୋଳ ମୁନସିପାଲିଟି ସ୍ଥିତ ହେମସୁରପଡାର ଡିଆଇସି ଛକ ଠାରେ ତାମଡା ଅଧକ୍ଷ ଅବନିକାନ୍ତ ସାହୁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହାପରେ ବିଜୁ ମଇଦାନଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି , ଶୋଭାଯାତ୍ରାରେ ତାମଡା କାର୍ଯ୍ୟାଳୟକୁ ଯାଇଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ, ଉପ ବାଚସ୍ପତି ରଜନୀକାନ୍ତ ସିଂହ, ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ବିଜୁ ଯୁବ ଜନତା ଦଳର ସଭାପତି ଦିନେଶ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ବବିତା ପ୍ରଧାନ , ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ , ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ , ପୂର୍ଣ୍ଣଚନ୍ଦ୍ର ରାଉତ , ଶ୍ରୀମତୀ ସୁକାନ୍ତି ଦାସ , ତାଳଚେର ସୁରକ୍ଷା ମଂଚ ସଭାପତି ମୁରଲୀ ସାହୁଙ୍କ ସମେତ ହଜାର ହଜାର ବିଜୁ ଜନତା ଦଳର ନେତୃ ମଣ୍ଡଳୀ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ ।

