କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଲୁଣା କରାଣ୍ଡିଆ ଦ୍ବିପାଞ୍ଚଳ, ମାର୍ଶାଘାଇ ବ୍ଲକ ଜଳପକ ଗ୍ରାମ ଲୁଣା ନଦୀର ଦକ୍ଷିଣପାର୍ଶ୍ୱ ରେ ଧସିଲା ନଦୀବନ୍ଧ ରାସ୍ତା । କନିବାଙ୍କ ଠାରୁ ଶିଶୁଆ ଷଠିଲୋ ରାସ୍ତାର ପଖଟ ଗ୍ରାମ ନିକଟରେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଧସିଲା ନଦୀବନ୍ଧ । ଏହି ନଦୀ ବନ୍ଧ ରାସ୍ତା ସିଧା ସଳଖ କରିଲୋ ପାଟଣା – କେନ୍ଦ୍ରାପଡ଼ା ମୁଖ୍ୟ ରାସ୍ତା କୁ ସଂଯୋଗ କରୁଛି । ଅlଜି ସକାଳୁ ଏହି ନଦୀବନ୍ଧ ରାସ୍ତା ଧସେଇ ଯିବାରୁ ଗମନା ଗମନ ସମ୍ପୂର୍ଣ ଠପ ହୋଇ ଯାଇଥିଲା । ଅପରପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପାଖ ଲୁଣା ନଦୀ ଘାଟରୁ ବାଲି ଉଠୁଥିବାରୁ ରାସ୍ତା ର ପତନ ଦବି ଯାଇଥିଲା ! ଦୁଇ ତିନ ଦିନ ତଳେ ଏହି ନଦୀବନ୍ଧ ରାସ୍ତା ରେ ଫାଟ ଦେଖା ଯାଇଥିଲା । ଆଜି ସକାଳୁ ପାଖାପାଖି 500 ମିଟର ରାସ୍ତା ଦବି ଯାଇ ଆଖପାଖ ଗାଁ ସଠିଲୋ, ଶିଶୁଆ, ପୁରସ୍ତମପୁର, ପଖଟ, ଜଳପକ, କନିବାଙ୍କ, ମଧୁଗୁନିଆ, ନାନକାର ଆଦି ପ୍ରଭାବିତ ହୋଇଛନ୍ତି ! ଏପର୍ଯ୍ୟନ୍ତ ଜଳସେଚନ ବିଭାଗ କି ପ୍ରଶାସନ ପହଂଚି ନଥିବା ସୂଚନା ମିଳିଛି ।