ଆଇନା ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର !!!

0
156

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନର ସଚେତନତା ସମାଜକୁ କିପରି ତୃଣମୂଳ ସ୍ତରରୁ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଦାରିଦ୍ର୍ୟ ଦୂରୀକରଣ ପାଇଁ ହୋଇଥିବା ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକର ସଫଳ ରୂପାୟନ କରିବାକୁ ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରାଯିବାର ଅବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରବିନାରାୟଣ ବେହେର ଯୋଗଦେଇ ପ୍ରାଧିକରଣ ତରଫରୁ ଆଇନ ସଚେତନତା ସାଙ୍ଗକୁ ସହାୟତା ପ୍ରଦାନ ଓ ବିଭିନ୍ନ ବିଭାଗର ଜନସାଧାରଣଙ୍କୁ ଆଇନ ଏବଂ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ଏବଂ ଆଇନ ସହାୟତା ଶିବିର ମାଧ୍ୟମରେ ପ୍ରଦାନ କରାଯାଇ ପାରିବ ବୋଲି କହିଥିଲେ । ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଯୋଗଦେଇ ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ଆଇନ ସେବା କାର୍ଯ୍ୟରେ ସହଯୋଗ କରି ଆସୁଛି ବୋଲି ସୂଚନା ଦେଇଥିଲେ । ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ପ୍ରଦୀପ କୁମାର ସାମଲ, ସିଜେଏମ ମାନସ କୁମାର ପଣ୍ଡା, ସିଜେଏସଡି ସନ୍ତୋଷ କୁମାର ଅଗ୍ରୱାଲ, ଏସଡ଼ିଜେଏମ ବର୍ଷା ସର୍ମା, ଜେଏମଏସସି ଶୁଭଜିତ୍ ବେହେରା, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ସେକ୍ରେଟାରୀ ବାର୍ ଆସୋସିଏସନ୍ କୃଷ୍ଣ ମୋହନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଆୟୋଜିତ ମେଗା ଆଇନ ସେବା ଶିବିରରେ ତ୍ଵରିତ ସେବା ଯୋଗାଇବା ସହ ବିଭିନ୍ନ ଯୋଜନା ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶ୍ରମ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଫରେଷ୍ଟ, ଖାଦ୍ୟ ଯୋଗାଣ ବିଭାଗ, ଜୀବିକା ମିଶନ ଓ ପୌରପରିଷଦ ଇତ୍ୟାଦି ୬୦୦ ଜଣ ହିତାଧିକାରୀ ଙ୍କୁ ବିଭିନ୍ନ ସରକାରୀ ସୁବିଧା ସହ କ୍ଷତିପୂରଣ ରାଶି ପ୍ରଦାନ କରିଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାଶୀନଗର ଜଜ ଅଙ୍କିତା ଗୁରୁ ଓ ସମସ୍ତ କାର୍ଯ୍ୟକୁ ଡେପୁଟି କଲେକ୍ଟର ଜୟଦ୍ରଥ ଆଚାର୍ଯ୍ୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here