ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଲକର କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମର ହନୁମାନ ମନ୍ଦିର ନିକଟରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗ୍ରାମର ୱାର୍ଡ ସଭ୍ୟ ସରୋଜ ଜେନା ଓ ଶ୍ରୀକାନ୍ତ ବରାଡ଼ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଗ୍ରାମର ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଏହି ହରି ନାମ ସଂକୀର୍ତ୍ତନରେ ଯୋଗଦେଇ ସଂକୀର୍ତ୍ତନରେ ଭାଗ ନେଇଥିଲେ । କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ହୋଇଥିବାରୁ ନାମ ସଂକୀର୍ତ୍ତନ ଗ୍ରାମ ପକ୍ଷରୁ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ରାଧା ଗୋବିନ୍ଦ ମଠର ମହନ୍ତ ମହାରାଜ ଦାମୋଦର ଦାସ ଯୋଗଦେଇ ହରି ନାମ ସଂକୀର୍ତ୍ତନରେ ଗ୍ରାମ ବାସୀଙ୍କୁ ଉତ୍ସ।ହିତ କରାଇଥିଲେ । ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ରାଧା ଗୋବିନ୍ଦ ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ ।
ପୁରୁଣା କେରାଣ୍ଡୀରେ ନାମ ସଂକୀର୍ତ୍ତନ !!!

