ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ ୪ ନଂ ଜୋନ ରେ ଥିବା ନୁଆଗଡ, ବିଶ୍ୱାଳି, କୋଠି, ବଗଦିଆ, ପାରାଦୀପ ଗଡ଼ ଓ ଭୁତମୁଣ୍ଡାଇ ଆଦି ୬ ଗୋଟି ପଞ୍ଚାୟତ ଓ ଏହାର ଆଖପାଖରେ ଗଢି ଉଠିଛି ବୃହତ ଓ ଖୁଦ୍ର ଶିଳ୍ପ ମାନ । ଏହି କମ୍ପାନୀ ମାନଙ୍କରୁ ନିର୍ଗତ ଧୂଆଁ, ଧୂଳି ଓ ବିଷାକ୍ତ ବର୍ଯ୍ୟ ବସ୍ତୁ ଜଳରେ ମିଶିବା ସହ ପରିବେଶ ଦୂଷିତ ହେଉଛି ! ଏହା ଯୋଗୁଁ ବିଭିନ୍ନ ପ୍ରକାର ଚର୍ମ ରୋଗ ଏବଂ ଜଟିଳ ରୋଗରେ ପଡୁଛନ୍ତି ସମଗ୍ର ୪ ନମ୍ବର ଜୋନ ରେ ଥିବା ୬ ଗୋଟି ପଞ୍ଚାୟତ ବାସୀ ! ଯାହାଦ୍ୱାରା ଲୋକମାନେ ଜୀବନ ଜୀବିକା ହରାଉଛନ୍ତି । ଯାହାକୁ ନେଇ କୁଜଙ୍ଗ ବ୍ଲକ ଅଧିନ କୋଠି ପଞ୍ଚାୟତରେ ଥିବା ଗ୍ୟାସ ପ୍ଲାଣ୍ଟ ପାଖରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଙ୍କ ପ୍ରତିନିଧି ସୁଢ଼ଳ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ୪ନଂ ଜୋନ ଜିଲ୍ଲା ପରିଷଦ, ବିଜୁ ଯୁବ ଜନତାଦଳ ସଭାପତି, ବ୍ଲକ ଚେୟାରମ୍ୟାନ ଓ ୬ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଯୋଗଦେଇ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ପାଇଁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଗମନାଗମନ ର ସୁବିଧା, ପ୍ରଦୂଷଣର ହାର କମାଇବା, ନିଯୁକ୍ତି ଏବଂ କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ କିପରି ନଦୀ ମାନଙ୍କରେ ମିଶି ମାଛ ଓ ଅଲିଭ କଇଁଛ ମାନଙ୍କ ର ପ୍ରଜାତି ନଷ୍ଟ ହେବା ଆଦି ସମସ୍ୟା ଉପରେ ଆଲୋଚନା କରିଥଲେ । ଆଗାମୀ ଦିନରେ ଯଦି କମ୍ପାନୀ କତ୍ତୃପକ୍ଷ ଜନସାଧାରଙ୍କ ସମସ୍ୟାକୁ ନେଇ କୌଣସି ଆଲୋଚନା ନ କରନ୍ତି ତାହେଲେ ଆଗାମୀ ଦିନରେ ସ୍ଥାନୀୟ ସାଂସଦ ଓ ବିଧାୟକ ଙ୍କୁ ନେଇ ବିଜୁ ଜନତା ଦଳ ତରଫରୁ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
କଳକାରଖାନା ମାନଙ୍କ ଦ୍ୱାରା ପରିବେଶ ପ୍ରଦୂଷିତ ହେବାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

