ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସ୍କାଉଟ ଏବଂ ଗାଇଡର ଓଡ଼ିଶା ରାଜ୍ୟ ମୁଖ୍ୟ କମିଶନର କାଳୀ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍କାଉଟ ସ୍ଥାପନ ଦିବସ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଓ ଆଇପି ସୁରେନ୍ଦ୍ର କୁମାର ପାତ୍ର ସ୍କାଉଟ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହା ପରେ ବିଦ୍ୟାଳୟ ପରିସର ପରିଷ୍କାର କରାଯାଇଥିଲା ! ବିଦ୍ୟାଳୟର ଶିକ୍ଷୟିତ୍ରୀ ବି.ଉଷା, ଶିକ୍ଷକ ମହେନ୍ଦ୍ର କୁମାର ବଡ଼ମୁଣ୍ଡି, ସାଲା କିରଣ ପି ଭେଙ୍କେଟେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !
ଭାରତ ସ୍କାଉଟ ଦିବସ ପାଳିତ !!!

