ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଓଡ଼ିଆ ଜାତିର ଐତିହ୍ୟ ଓ ପରମ୍ପରା କୁ ଜାବୁଡି ଧରିଛି ପାରାଦୀପ ବନ୍ଦର ପ୍ରଶାସନ | ସେଥିପାଇଁ ତ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀର ଶୁଭ ଅବସରରେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ | ଯାହାକୁ ଦେଖିବାକୁ ସକାଳୁ ସକାଳୁ ବନ୍ଦର ମଧ୍ୟରେ ପ୍ରବଳ ଜନ ସମାଗମ ହୋଇଥିଲା | ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ର ନିଖୁଣ ପ୍ରତିଛବି ଦେଖିବାକୁ ମିଳିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ |
କଳିଙ୍ଗ ର ସାଧବ ପୁଅ ମାନଙ୍କର ବୀରତ୍ୱ ର ଗାଥା ଗାରିମା କୁ ଉଜ୍ଜିବିତ କରିବା ପାଇଁ ବନ୍ଦର ପ୍ରସାଶନ ପକ୍ଷରୁ ମହାଆଡମ୍ବର ରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ | ଦରିଆ ର ବୁକୁ ଚିରି ପାଲ ଟଣା ଜାହାଜ ରେ କିଭଲି ଦୂର ସମୁଦ୍ର ରେ ଓଡ଼ିଆ ପୁଅ ମାନେ ଜାଭା ସୁମାତ୍ରା ବାର୍ଲି ବୋର୍ଣିଓ ଦୀପ କୁ ନୌବାଣିଜ୍ୟ କରିବା ପାଇଁ ଯାଉଥିଲେ ତାର ଏକ ପ୍ରାମାଣିକ ଚିତ୍ର ର ଆୟୋଜନ କରିଥିଲା ବନ୍ଦର ପ୍ରସାଶନ | ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଐତିହ୍ଯ କୁ ବଜାୟ ରଖିବା ଓ ବନ୍ଦର ର ବାଣିଜ୍ଯ ର ଶୁଭ ମନାସି ବନ୍ଦର ୱେଷ୍ଟ ବେଶୀନ୍ ପାଖରେ ଆୟୋଜିତ ହୋଇଥିଲା ଏହି ବନ୍ଦାଣ ଉତ୍ସବ | ଗ୍ରହଣ ପାଇଁ ଭୋର୍ ପୂର୍ବରୁ ପୂଜାର୍ଚ୍ଚନା ସାରି ଅପେକ୍ଷା କରାଯାଇଥିଲା ବୋଇତ ମେଲାଣି କୁ | ଏକ ସୁସଜ୍ଜିତ ବୋଇତ ରେ ପାରମ୍ପରିକ ବେଶଭୂଷା ରେ ସାତ ସାଧବ ପୁଅ ଙ୍କୁ ସାତ ସାଧବାଣୀ ମାନେ ବନ୍ଦାପନା କରି ମେଲାଣି ଦେବା ପରେ ବୋଇତ କୁ ଯାତ୍ରା କରିବା ପାଇଁ ସବୁଜ ସଂକେତ ଦେଇଥିଲେ ବନ୍ଦର ଅଧ୍ୟକ୍ଷ | ବାସ୍ତବିକ ବନ୍ଦର କର୍ତ୍ତୃପକ୍ଷ ଙ୍କ ଏତାଦୃଶ୍ୟ କାର୍ଯ୍ୟକ୍ରମ ଆଗାମୀ ପୀଢୀ ଙ୍କ ମଧ୍ୟରେ ଓଡିଆ ଜାତିର ଗର୍ବ ଓ ଗୌରବ କୁ ବଞ୍ଚେଇ ରଖିବ ନିଶ୍ଚୟ |