ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଜରି ପାଲ ତଳେ ବିତୁଛି କଇଁ ଙ୍କ ଜୀବନ , ଭତା ଏବଂ ଆବାସ ଯୋଜନାରୁ ବଞ୍ଚିତ କଇଁ ! ଗୁହାରି ଶୁଣୁନାହାଁନ୍ତି ନେତା ଏବଂ ପ୍ରଶାସନ ! ଦଶପଲ୍ଲା ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ରେ ମାରାଥନ କାର୍ଯ୍ୟକ୍ରମ କରୁଛନ୍ତି , ଯାହା ତାଙ୍କ ଫେସବୁକ ପୋଷ୍ଟ କହୁଛି ! ଶୁଭ ଖୁଣ୍ଟି ସ୍ଥାପନ ରୁ ଆରମ୍ଭ କରି ଅଷ୍ଟପ୍ରହରୀ , ଟାୱାର ଉଦଘାଟନ ସବୁଠି ହେଉଛନ୍ତି ହାଜର ! ତେବେ ତାଙ୍କ ନଜର ରୁ ବାଦ ପଡିଛନ୍ତି କଇଁ ଙ୍କ ପରି ଅବହେଳିତ ହିତାଧିକାରୀ ! ଦେଖାଯାଉ କେବେ କଇଁ ଙ୍କ ସମସ୍ୟା ଦୂର ହେଲା ଲେଖି ଫଟୋ ଛାଡ଼ୁଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା !

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ବେଗୁନିଆ ସାହି ଗ୍ରାମରେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଜରିପାଲ ତଳେ ରହୁଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ସରକାରଙ୍କ ସମସ୍ତ ମୌଳିକ ସୁବିଧା ପାଇବା ପାଇଁ ହିଁ ଏ ପ୍ରକୃତରେ ଯୋଗ୍ୟ ହିତାଧିକାରୀ । ହେଲେ ଭତା ଏବଂ ଆବାସ ଯୋଜନା ଭଳି ସୁବିଧା ତାଙ୍କ ପାଖରେ ପହଂଚି ପାରିନାହିଁ । ଏ ନେଇ ସେ ପ୍ରଶାସନ ଏବଂ ନେତାଙ୍କୁ ଜଣାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାହା କୌଣସି ଫାଇଦା ହୋଇନାହିଁ । ସୂଚନା ମୁତାବକ, ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ଗ୍ରାମ ପଞ୍ଚାୟତ ବେଗୁନିଆସାହି ଗ୍ରାମରେ କଇଁ ନାଏକ ରୁହନ୍ତି । ପରିବାର କହିଲେ ସ୍ୱାମୀ ପଳଉ ନାଏକ ଦିନ ମଜୁରିଆ ଏବଂ ପୁଅ 12ବର୍ଷ ର । ଦୁଃଖ କେବେ ତାଙ୍କ ପିଛା ଛାଡିବା ନାଁ ଧରୁନି। | ଯଦିଓ ଆଗରୁ ମୂଲ ଲାଗି ଚଳୁଥିଲେ ବର୍ତମାନ ସେତିକ ମଧ୍ୟ ନାହିଁ । ରୋଜଗାର କହିଲେ ଟଙ୍କାଟିଏ ବି ନାହିଁ। ଏଭଳି ପରିସ୍ଥିତିରେ ତାଙ୍କର ଆଜି ପର୍ଯ୍ୟନ୍ତ ଭତା ପାଇ ପାରୁନାହାଁନ୍ତି କି ପଞ୍ଚାୟତ ତରଫରୁ କୌଣସି ସରକାରୀ ସହାୟତା ପାଉନାହାନ୍ତି । ତେବେ ସବୁଠାରୁ ବଡ ଦୁଃଖ ହେଲା କି ଚଳିବା ପାଇଁ ଘର ଖଣ୍ଡେ ନଥିବା କାରଣରୁ ସେ ବାଧ୍ୟ ହୋଇ ଏକ ଜରିପାଲ ଘରର ଆଶ୍ରୟ ନେଇଛନ୍ତି । ଅଯୋଗ୍ୟ ବ୍ୟକ୍ତିମାନେ ଆବାସ ଯୋଜନାରେ ଘର ହାତେଇଥିବା ବେଳେ ଆଜି ପର୍ଯ୍ୟନ୍ତ କଇଁ ଙ୍କ ଭଳି ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଙ୍କୁ ତାହା ମିଳି ନପାରିବା ସମସ୍ତଙ୍କୁ ଦୁଃଖିତ କରିଛି । ଏଭଳି କି ସରକାରଙ୍କ ପକ୍ଷରୁ ମିଳୁଥିବା ଚାଉଳ, ଗହମ, କିରୋସିନ ବି ତାଙ୍କ ପାଖରେ ପହଂଚି ପାରିନାହିଁ । ବିଭିନ୍ନ ସମୟରେ ଅଧିକାରୀ ମାନେ ଏହି ଗ୍ରାମକୁ ଆବାସ ଯୋଜନାରେ ଘର ପାଇବାକୁ ଥିବା ହିତାଧିକାରୀଙ୍କୁ ଯୋଗ୍ୟ କିମ୍ବା ଅଯୋଗ୍ୟ ବୋଲି ଚିହ୍ନଟ କରିବାକୁ ଯାଉଥିଲେ ସୁଦ୍ଧା କେହି କଇଁ ଙ୍କୁ ଆଡ ଆଖିରେ ବି ଦେଖନ୍ତି ନାହିଁ । କଇଁ ଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ କେତେବେଳେ କେମିତି ନିଜ ସକ୍ଷମ ଅନୁଯାୟୀ ସାହାର୍ଯ୍ୟ କରୁଥିବା ବେଳେ ସେ ସେହି ଟଙ୍କାରେ ଚଳୁ ଥିବା କହିଛନ୍ତି କଇଁ । ଅଥଚ ନିର୍ବାଚନ ସମୟରେ ନେତାମାନେ ଭୋଟ ପାଇଁ କଇଁ ଙ୍କ ପାଖରେ ପହଂଚିଥାନ୍ତି । ଜିତିଲେ ତାଙ୍କ ପାଇଁ ସବୁ ସୁବିଧା ଯାଗାଇ ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥାନ୍ତି । ହେଲେ ନିର୍ବାଚନ ସରିଯିବା ପରେ ସେସବୁ ସତେ ଯେମିତି ନେତାମାନେ ଭୁଲିଯାଆନ୍ତି । କେବେ କଇଁ ଙ୍କ ପାଖରେ ଆବାସ ଯୋଜନାରେ ଘର ଏବଂ ଭତା ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

