ସ୍ମାର୍ଟ୍ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ସଚେତନତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜନହର ସମୁଖରେ ଶିଶୁ ଦିବସ ଉପଲକ୍ଷେ ସ୍ମାର୍ଟ୍ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ନୃତ୍ୟ ନାଟିକା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ସ୍କୁଲ ର ଶିଶୁ କଳାକାର ମାନେ ସୁନ୍ଦର ନୃତ୍ୟ ମାଧ୍ୟମରେ ଶିଶୁ କନ୍ୟା ଭୃଣ ହତ୍ୟା ବିରୋଧରେ, ବେଟି ପଢ଼ାଓ ବେଟି ବଚାଓ, ମହିଳା ନିର୍ଯ୍ୟାତନା ଦୂରୀକରଣ ଇତ୍ୟାଦି ବିଷୟରେ ସାମାଜିକ ସଚେତନତା ସୃଷ୍ଟି କରିଥିଲେ ! କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଯୋଗଦେଇ ପିଲା ଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଡ଼ାକ୍ତର ଅନିଲ ଆଚାର୍ଯ୍ୟ , ଅନୁଷ୍ଠାନ ର ଅଧକ୍ଷ ସ୍ୱାଗତିକା ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ମନୋଜ କର, ଲିନା କର, ଗ୍ରେସ ସାମଲ, ଶୁଭେନ୍ଦୁ ସେନାପତି, ରଞ୍ଜିତା ପଟନାୟକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *