କଟକ ସଦର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସଦର ୪୨ ମୌଜା, ଦଧିବାମନପୁର ସ୍ଥିତ ଏ. କେ.ବିଦ୍ଯାମନ୍ଦିର ରେ ମହା ଆଡମ୍ବର ରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କଟକ ସଦର ଚେୟାରମ୍ୟାନ ଶ୍ରୀମତୀ ଅମ୍ବିକା ପାତ୍ର ମୁଖ୍ୟ ଅତିଥି ଭାବରେ, ଦଧିବାମନପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର ମୁଖ୍ୟବକ୍ତା, ଗ୍ରାମର ମୁଖିଆ କୃଷ୍ଣଚନ୍ଦ୍ର ଦାଶ ଏବଂ ଅଭିଭାବକ ମାନଙ୍କ ପ୍ରତିନିଧି ଭାବରେ ପର୍ଶୁରାମ ବେହେରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍କୁଲ ର ପ୍ରିନସିପାଲ ଅନ୍ତର୍ଯ୍ୟାମୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରତିଷ୍ଠାତା ଡ. ଏ. କେ. ଖିଲ୍ଲାର ଶିଶୁଦିବସ ଉତ୍ସବ ପାଳନ ର ଆଭିମୁଖ୍ୟ ଉପସ୍ଥାପନା କରିବା ସହିତ ସଭା ପରିଚାଳନା କରିଥିଲେ । ଏହି ଉତ୍ସବ ରେ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରି ଅଭିଭାବକ ମାନଙ୍କୁ ମନ୍ତ୍ର ମୁଗ୍ଧ କରାଇଥିଲେ ! ପରିଶେଷରେ ସ୍କୁଲ ର ଚେୟାରମ୍ୟାନ ଡ.ଚନ୍ଦନା ବେହେରା ସ୍ୱାଗତ ଭାଷଣ ଦେଇଥିଲେ l କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଶାସକ କ୍ଷେତ୍ରମୋହନ ସେନାପତି, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା କରିଥିଲେ ।
ଏ.କେ. ବିଦ୍ୟାମନ୍ଦିର ରେ ମହା ଆଡମ୍ବରରେ ଶିଶୁ ଦିବସ ପାଳିତ !!!

