ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଲେ ଗୀତିକଳ୍ପ ହରିଶ ପ୍ରଧାନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ବଣ ଜଙ୍ଗଲ ଘେରା ଆଦିବାସୀ ଗ୍ରାମ ଓସ୍ତିଆମାଳ ର ବାସିନ୍ଦା ହରିଶ ପ୍ରଧାନ ! ନିଜର ପ୍ରତିଭା ବଳରେ ନୟାଗଡ଼ ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛନ୍ତି । ନୟାଗଡ଼ ପୁରାଣ, ନୟାଗଡ଼ ଜ୍ଞାନ, ସ୍ୱର୍ଗକୁ ବାଟ, ଭୁତ ସହିତ ରାତିଏ, ମଦ ମଣିଷ, ଅମ୍ଳାନ ସ୍ବାକ୍ଷର ଭଳି ପୁସ୍ତକ, ଅନେକ ଭଜନ ଓ ଆଧୁନିକ ସଂଗୀତ ଭିଡ଼ିଓ କରିବା ସହ “ନୟାଗଡ଼ ଦର୍ପଣ” ଭଳି ଏକ ପାକ୍ଷିକ ଖବର କାଗଜ ପ୍ରତିଷ୍ଠା ଏବଂ ବହୁ ପ୍ରତିଭାର ଅଧିକାରୀ ଭାବେ ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଛନ୍ତି ! ଗୁଣ ଚିହେଁ ଗୁଣିଆ , ସୁନା ଚିହେଁ ବଣିଆ ଭଳି ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ସୁପାରିଶ କ୍ରମେ ଭୁବନେଶ୍ୱରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗୌରବ ଦିବସରେ ଭଗବାନ ବିର୍ଷାମୁଣ୍ଡାଙ୍କ ପବିତ୍ର ଜୟନ୍ତୀରେ ନୟାଗଡ଼ ଜିଲ୍ଲା ତରଫରୁ ତାଙ୍କୁ ” ଜନଜାତୀୟ ଗୌରବ ସମ୍ମାନ” ରେ ସମ୍ମାନିତ କରାଯାଇଛି ! ରାଜ୍ୟ ସରକାରଙ୍କ ତରଫରୁ ଉପଢୌକନ, ମାନପତ୍ର, ଟ୍ରଫି ସହ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି ! ସୂଚନାଯୋଗ୍ୟ ପୂର୍ବରୁ ୨୦୧୪ ମସିହାରେ ସର୍ଜନାତ୍ମକ ଲେଖା ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ମନୋନୀତ ହୋଇ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ହେବା ସହ ୨୫ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିଲେ ।

Leave a Reply

Your email address will not be published. Required fields are marked *