ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଟିଏ ଟିମ୍ ଗୁମ୍ମା ବ୍ଲକ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜୀବା କୁ ଅନୁଧ୍ୟାନ କରିବାକୁ ଆସିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସି ବିଦ୍ୟାଳୟ ର 5 T ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ର ସମସ୍ତ କାର୍ଯ୍ୟ କୁ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ସ୍ମାର୍ଟ ଶ୍ରେଣୀ ଗୃହ ପ୍ରଥମେ ଦେଖିବା ପରେ ଇ-ଲାଇବ୍ରେରୀ ଓ ପରେ ଆଧୁନିକ ବିଜ୍ଞାନଗାର ଦେଖିବା ପରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନଶିକ୍ଷକ, ପି, ଆର, ଆଇ ସଦସ୍ୟ ମାନଙ୍କୁ ବିଦ୍ୟାଳୟ କାର୍ଯ୍ୟ କୁ ଉଦାହରଣ ମାନି ନିଜ ନିଜ ଅଞ୍ଚଳର ବିଦ୍ୟାଳୟ ଗୁଡିକରେ ଏଭଳି କାର୍ଯ୍ୟ କରିବା ପାଇଁ ବୁଝାଇଥିଲେ ।

ବିଦ୍ୟାଳୟ ରେ ଚାଲିଥିବା ଏଲ୍ ଆର ପି କାର୍ଯ୍ୟକ୍ରମ ଦେଖି ମଧ୍ୟ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁମ୍ମା ଶିକ୍ଷାଧିକାରୀ ନୟନ କୁମାର ମଣ୍ଡଳ, ଗୁମ୍ମା ବ୍ଲକ ଉନ୍ନୟନ ଅଧିକାରୀ , ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସୁନେମି ମଣ୍ଡଳ , ଜୀବା ସରପଞ୍ଚ ଏଡେଙ୍ଗ। ଶବର ମୋରୀୟମ ରଇତ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ 5 T ବିଦ୍ୟାଳୟ ର ଉପାଦେୟତା ଓ ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କ ସ୍ବପ୍ନ ସାର୍ଥକ ହେବା ଓ ଭବିଷ୍ୟତ ଗଠନରେ ଏହାର ଭୂମିକା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ତୃତୀୟ ପର୍ଯ୍ୟାୟ 5t ରୂପାନ୍ତରଣ ର ଚିତ୍ର ଓ ଆଧୁନିକ ଭିତ୍ତିଭୂମି ର ଲାଭ ସ୍ଥାନୀୟ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଜୀବନ ରେ ପ୍ରଭାବ ପକାଇବ ବୋଲି ଆଶାବ୍ୟକ୍ତ କରିଥିଲେ ।

