ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସ୍ତରୀୟ ସଂକ୍ଷିପ୍ତ ଭୋଟର ସଚତନତା ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଅଛି । ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଚଳିତ ବର୍ଷ ନିମନ୍ତେ ତା.୦୯-୧୧-୨୦୨୨ ରିଖ ଠାରୁ ତା.୦୮.୧୨.୨୦୨୨ ରିଖ ପଯ୍ୟନ୍ତ ଚାଲୁ ରହିଛି । ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଭୋଟର ତାଲିକା ନାମ ସଂଯୋଗ କରିବେ ଓ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ବିଷୟରେ ଜିଲାର ସମସ୍ତ ଅଧ୍ୟକ୍ଷ ଅଧ୍ୟକ୍ଷା ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ l

ଆଗରୁ ଯୁବ ବର୍ଗଙ୍କ ପାଇଁ ନୂତନ ଭୋଟର ହେବା ପାଇଁ ବର୍ଷକୁ ଥରେ ମାତ୍ର ନାମ ପଞ୍ଜିକରଣ ସୁଯୋଗ ମିଳୁଥିଲା ! ମାତ୍ର ଏବେ ୪ ଥର ସୁଯୋଗ ମିଳିବ l ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ବେଳକୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଫର୍ମ-୬ ଯୋଗକରିବା, ଫର୍ମ-୭ ରେ ନାମକୁ ବାଦ କରିବା, ଫର୍ମ-୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ) ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ । ଯୋଗ୍ୟ ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ www.nvsp./voterportal.eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଆପ୍ ବ୍ୟବହାର କରିପାରିବେ ! କିମ୍ୱା ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ଗରୁଡ଼ ଆପ୍ ମଧ୍ୟମରେ ପର୍ମ-୬,୭,୮ ଓ ୬ଖ ରେ ଆବେଦନ କରିପାରିବେ। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ତା ୧୨, ୧୩ , ୨୬, ୨୭ ତାରିଖ ଦିନ ପ୍ରତ୍ୟେକ ବୁଥ୍ ରେ ମଧ୍ୟ ନାମ ପଞ୍ଜିକରଣ କରିପାରିବେ । ଯେଉ ଛାତ୍ର ଛାତ୍ରୀ ମାନେ ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବେ ସେହି ମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରିବେ ଓ ଅନଲାଇନ୍ ଅଥବା ସୁଇପ ମୋବାଇଲ୍ ଆପ୍ କିମ୍ବା ନିକଟସ୍ଥ ଭୋଟର ସହାୟତ କେନ୍ଦ୍ରରେ ନାମ ପଞ୍ଜିକରଣ କରିପାରିବେ। ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ,ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ନଟବର ଗରଡ଼ା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାହୀ ଅଧିକାରୀ ଜୁବିଲି ଚରଣ ବେହେରା , ଜିଲ୍ଲା ସୂଚନା ଅଧିକାରୀ (ଏନ୍ଆଇସି) ଟି.ବାଳକୃଷ୍ଣ ମୂର୍ଥି ଓ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

