ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ସମିତି ର ନବ ନିର୍ବାଚିତ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ସାହୁ ଆଜି ନୟାଗଡ଼ ଜିଲ୍ଲା ର ଆଦର୍ଶ କୃଷକ ତଥା ରାଜ୍ୟ ସ୍ତରୀୟ କୃଷକ ରତ୍ନ ଉପାଧି ପାଇଥିବା ତଥା ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ସମିତି ର ୫ ନମ୍ବର ଜୋନ ର ନିର୍ବାଚିତ ଡାଇରେକ୍ଟର ସୂର୍ଯ୍ୟ ନାରାୟଣ ସାହୁ ଙ୍କ ଫାର୍ମ ହାଉସ ର ପରିଦର୍ଶନ କରିବା ସହ ଶ୍ରୀ ସାହୁ ଙ୍କୁ ଭେଟି ଆଗାମୀ ଦିନରେ କିଭଳି କୃଷି ଓ କୃଷକ ର ବିକାଶ ହୋଇପାରିବ ତାହା ଉପରେ ଆଲୋଚନା କରିଥିଲେ | ଶ୍ରୀ ସାହୁ ଙ୍କର ଫାର୍ମ ହାଉସ ରେ କୁକୁଡ଼ା ଫାର୍ମ , ଲେମ୍ବୁ ଚାଷ, କଦଳୀ ଚାଷ, ନଡ଼ିଆ ଚାଷ, ମାଛ ଚାଷ, ଲେମନ ଗ୍ରାସ ଚାଷ, କାଜୁ ୟୁନିଟ ପ୍ରଭୁତି ଚାଷ ଦେଖି ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଜଣେ ସଫଳ ଚାଷୀ ଆମ ଜିଲ୍ଲା କେନ୍ଦ୍ର ସମବାୟ ସମିତି ର ସଦସ୍ୟ ହୋଇଥିବା ରୁ ଆମେ ଗର୍ବିତ ବୋଲି ନବ ନିର୍ବାଚିତ ସଭାପତି ରବୀନ୍ଦ୍ର କୁମାର ସାହୁ କହିଥିଲେ | ସେ ମଧ୍ୟ କହିଥିଲେ କୃଷକ ହେଉଛନ୍ତି ଦେଶର ବୀର ଜବାନ | ଜବାନ ଦେଶର ସୀମାରେ ନିଜ ଜୀବନ କୁ ବାଜି ଲଗାଇ ଅହରହ ସଂଗ୍ରାମ କରିଥାଏ ଆଉ ଜଣେ କୃଷକ ଭାରତ ମାତା କୋଳ ରେ ଜନ୍ମ ନେଇଥିବା ତାର ସନ୍ତାନ ମାନଙ୍କ ମୁହଁ ରେ ଆହାର ଯୋଗାଇବା ପାଇଁ କୃଷି କାର୍ଯ୍ୟ ରେ ଅହରହ ସଂଗ୍ରାମ କରିଥାଏ ! ସେଇଥି ପାଇଁ ତ କୁହାଯାଏ ଜୟ ଜବାନ ଜୟ କିସାନ | ଶ୍ରୀ ସାହୁ ଙ୍କର ଫାର୍ମ ହାଉସ ରେ ବେକାର ଯୁବକ ଯୁବତୀ ମାନଙ୍କର ରୋଜଗାର ପନ୍ଥା କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଫାର୍ମ ହାଉସ ର ଚାରି ଶହ କର୍ମଚାରୀ ଙ୍କୁ ଭେଟି ସେମାନଙ୍କର ସୁଖ ଦୁଃଖ ରେ ସାମିଲ ହୋଇଥିଲେ ଏବଂ କହିଥିଲେ ଆପଣଙ୍କ ଏ ଫାର୍ମ ହାଉସ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ସମିତି କୁ ଏକ ପ୍ରେରଣା ଯୋଗାଇବ | ଏପଟେ ଜିଲ୍ଲା ରେ ଏଭଳି ଜଣେ ସଫଳ ଚାଷୀ ତଥା ରାଜ୍ୟ ସ୍ତରୀୟ ଆଦର୍ଶ କୃଷକ, କୃଷକ ରତ୍ନ ଉପାଧି ପାଇଥିବା କୃଷକ କୁ ସମ୍ମାନ ନ ଦିଆଯିବାରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ତେଜୁଛି ଅସନ୍ତୋଷ | ନବ ନିର୍ବାଚିତ ସଭାପତି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଆଗାମୀ ଦିନ ରେ କିଭଳି ଜିଲ୍ଲା ରେ ଛୋଟ ଛୋଟ କ୍ଷୁଦ୍ର ଶିଳ୍ପ ତିଆରି କରାଯିବ ଏବଂ ବେକାର ଯୁବକ ଓ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରାଯିବ ତାହା ଉପରେ ଆମେ ନିଶ୍ଚିତ ଭାବରେ ଆମେ ଗୁରୁତ୍ୱ ନେବୁ ||
କୃଷକ ପରିବାର ରେ ନବ ନିର୍ବାଚିତ କେନ୍ଦ୍ର ସମବାୟ ସମିତି ର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ସାହୁ !!!

