ଗଜପତି ଜିଲ୍ଲାରେ ସ୍ମାର୍ଟଆଗ୍ରି ପ୍ରକଳ୍ପ ଓ ନୂଆ ଟେଲିକମ ଟାୱାର ଉଦଘାଟନ କଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଇଣ୍ଡସ ଟାୱାରସ ଲିମିଟେଡ଼ ସି. ଏସ.ଆର ପ୍ରୋଗ୍ରାମ ଓ ଭୋଡାଫୋନ ଆଇଡିଆ ଫାଉଣ୍ଡେସନ ପକ୍ଷରୁ ସଲିଡାରୀଡ଼ାଡ଼ ସହ ମିଳିତ ଭାବେ ଓଡ଼ିଶାର ଗଜପତି ଜିଲ୍ଲାର ଖରସଣ୍ଡା ଠାରେ ସ୍ମାର୍ଟ ଆଗ୍ରୀ ପ୍ରୋଜେକ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।ଏହି ସ୍ମାର୍ଟଆଗ୍ରୀ ପ୍ରୋଜେକ୍ଟ ଗଜପତିକୁ ସାଂସଦ ଚନ୍ଦ୍ର ଶେଖର ସାହୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ସିନିଅର ଡି.ଡି.ଜୀ-ଜୀ ଓ ଟି ବି.କେ ନାୟକ, ବିଧାୟକ କେ. ନାରାୟଣ ରାଓ, ବିଧାୟକ ଦାଶରଥି ଗୋମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଆଖପାଖ ଗ୍ରାମ ଗୁଡିକର କୃଷକ ମାନେ ଉପସ୍ଥିତ ଥିଲେ।ଯେଉଁ ମାନଙ୍କୁ ପ୍ରକଳ୍ପ ସମ୍ପର୍କିତ ସୂଚନା ଓ ଏହାର ଲାଭ ସମ୍ପର୍କରେ ଅବଗତ କରାଯାଇ ଥିଲା। ଏହି ଅବସରରେ ଶ୍ରୀ ସାହୁ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରୁ 18 କିମି ଦୂରରେ ଅବସ୍ଥିତ ଇଣ୍ଡସ ଟାୱାର୍ସର ଖରସଣ୍ଡା ମୋବାଇଲ ଟାୱାର ସାଇଟର ମଧ୍ୟ ଉଦଘାଟନ କରିଛନ୍ତି।ଏହି ମୋବାଇଲ ଟାୱାର ଆଇ.ଓ.ଟି (ଇଣ୍ଟରନେଟ ଅଫ ଥିଙ୍ଗସ) ସକ୍ଷମ ଉପକରଣ ସେବା ଓ ଏହି ପ୍ରକଳ୍ପ ପାଇଁ ସୂଚନା ପ୍ରବାହ ଆବଶ୍ୟକତା ଲାଗି ଇଣ୍ଟରନେଟ ସଂଯୋଗକୁ ସକ୍ଷମ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ ଉପସ୍ଥିତ ଥିଲେ। ଇଣ୍ଡସ ଟାୱାରସ ଓ ଭୋଡାଫୋନ ଫଉଣ୍ଡେସନର ଗଜପତି ଠାରେ ଥିବା ଏହି ସ୍ମାର୍ଟଆଗ୍ରୀ ପ୍ରୋଜେକ୍ଟ ଦୁଇଟି ବ୍ଳକ ମୋହନା ଓ ଗୁମ୍ମା ଠାରେ କାର୍ଯ୍ୟକାରୀ ହେଉଛି।ଯାହା ଜିଲ୍ଲାର 25 ଟି ଗ୍ରାମର 5000 ଚାଷୀଙ୍କୁ ଉପକୃତ କରିବ।ପ୍ରକଳ୍ପ ସ୍ଥାନରେ ଆଇ ଓ ଟି ଆଧାରିତ କୃଷି ଉପକରଣ ଯେପରିକି ଅଟୋ ମେଟିକ ୱେଦେର ଷ୍ଟେସନ,ସଏଲ ମଏଷ୍ଚର ସେନ୍ସର ଓ ରିମୋଟ ମନିରିଙ୍ଗ କ୍ୟାମେରା ଆଦିକୁ ଚାଷ ଜମିରେ ସ୍ଥାପନ କରାଯିବ ଯାହା ଫସଲ ପାଣିପାଗ ଆଦ୍ରତା ଓ କିଟପତଙ୍ଗ ସମ୍ବନ୍ଧୀତ ସୂଚନା ଗୁଡିକ ବାସ୍ତବ ସମୟରେ ସଂଗ୍ରହ କରିବ ଏହି ପ୍ରକଳ୍ପରେ ସାମିଲ ହୋଇଥିବା କୃଷକମାନଙ୍କୁ ଉନ୍ନତ କୃଷି ଅଭ୍ୟାସ ଗୁଡିକ ଉପରେ ପ୍ରଶିକ୍ଷଣ ମାଧ୍ୟମରେ ନିୟମିତ ସହଯୋଗ ପ୍ରଦାନ କରାଯିବ। ସେମାନଙ୍କୁ କୃଷି ପରାମର୍ଶ ଓଡ଼ିଆ ଭାଷାରେ ପ୍ରସାରିତ ହେବ ଯାହା ଫଳରେ ଚାଷୀମାନେ ସୂଚନା ସଠିକ ପଦକ୍ଷେପ ଗୁଡିକର ସୂଚନା ପାଇବାକୁ ସକ୍ଷମ ହେବେ ଏବଂ ନିଜ ଚାଷ ଜମିରେ ସଠିକ ସାମଗ୍ରୀ ପ୍ରୟୋଗ କରିବା ଲାଗି ସୁସଜ୍ଜିତ ହେବେ।ଓଡ଼ିଶାରେ 2ୟ ଥର ପାଇଁ ଏଭଳି ଏକ ପ୍ରକଳ୍ପ କୁ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ କଟକରେ ଏହିଭଳି ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଉଦଘାଟନୀ ଅବସରରେ ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି ଓଡ଼ିଶାର କୃଷି ଉପରେ ଏକ ଚିହ୍ନିତ ନିର୍ଭରଶୀଳତା ରହିଛି। ସ୍ମାର୍ଟ ଆଗ୍ରୀ ଭଳି ଏକ ପ୍ରକଳ୍ପ ଅମଳ ବୃଦ୍ଧି କରିବା ପାଇଁ ବିଭିନ୍ନ ଉପାୟ ଶିଖିବା ଲାଗି କୃଷକ ମାନଙ୍କୁ ସଚେତନ ଓ ସୁସଜ୍ଜିତ କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ମୁଁ ଇଣ୍ଡସ ଟାୱାରସ ଭୋଡାଫୋନ ଆଇଡ଼ିଆ ଫାଉ ଣ୍ଡେସନ ଓ ସଲିଡାରି ଡାଡ କୁ ଏଭଳି ଏକ ଶକ୍ତିଶାଳୀ ପ୍ଲାଟଫର୍ମର ଶୁଭାରମ୍ଭ କରିଥିବାରୁ ଶୁଭେଚ୍ଛା ଜଣାଉଛି ଯାହା ଆମର କୃଷକ ସମୁଦାୟ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ସମାଧାନ କରିବା ଏବଂ ସେମାନଙ୍କ କୃଷି ଅଭ୍ୟାସ ଚାଷ ଅମଳ ଓ ଜୀବନର ଗୁଣବତା ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି। ଶ୍ରୀ ବିଜୟ ଚତୁର୍ବେଦି,ସର୍କଲ ସି ଇ ଓ, ଓଡ଼ିଶା ଇଣ୍ଡସ ଟାୱାର ଲିମିଟେଡ଼ କହିଛନ୍ତି ସମ୍ମାନନିୟ ସଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ତାଙ୍କର ଯୋଗ ଦାନ ଏବଂ ଓଡ଼ିଶାରେ ଟେଲିକମ ଭିତ୍ତିଭୂମିର ବ୍ୟାପକ ବିସ୍ତାରକୁ ସମର୍ଥନ କରୁଥିବା ରୁ ଇଣ୍ଡସ ଟାୱାର ତରଫରୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆମେ ଭାରତର କୋଣ ଅନୁକୋଣରେ ସମୁଦାୟ ଗୁଡିକ ଡିଜିଟାଲ ବଳୟ ମଧ୍ୟରୁ ଆଣିବା ଜାରି ରଖିବୁ ଯାହା ସେମାନଙ୍କୁ ଅସଂଖ୍ୟ ଲାଭ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *